www.samajalive.in
Monday, December 15, 2025
14.1 C
Bhubaneswar

ନିଶା ଜାଲରେ ବଲିଉଡ ସୁନ୍ଦରୀ

 

ମୁମ୍ବଇ : ବଲିଉଡ୍‌ରେ ଡ୍ରଗ୍ସ କାରବାର ନେଇ ଅଭିନେତ୍ରୀ ଦୀପିକା ପାଦୁକୋଣ ଓ ତାଙ୍କ ମ୍ୟାନେଜର କରିସ୍ମାଙ୍କୁ ଜେରା କରିବ ନାରକୋଟିକ୍‌ସ କ‌େ‌ଣ୍ଟ୍ରାଲ ବ୍ୟୁରୋ (ଏନସିବି)। ଡ୍ରଗ୍ସ କାରବାର ଓ ବ୍ୟବହାର ସଂକ୍ରାନ୍ତରେ କେତେକ ହ୍ବାଟ୍ସ ଆପ୍‌ ଚାଟ୍‌ ଏବେ ଏନସିବି ହାତରେ ଲାଗିଛି। ସୁଶାନ୍ତ ସିଂହ ରାଜପୁତ ହତ୍ୟା ଘଟଣାର ଖିଅ ଖୋଜୁ ଖୋଜୁ ଏନସିବି ହାତରେ ବଲିଉଡ୍‌ରେ ଡ୍ରଗ୍ସ ବ୍ୟବହାର ଓ କାରବାର ନେଇ ଯେଉଁ ସବୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି, ତାହାକୁ ଆଧାର କରି ଜଣକ ପରେ ଜଣେ ବଲିଉଡ୍‌ କଳାକାର ଏବେ ଏନସିବି ସ୍କାନରରେ ରହିଛନ୍ତି। ବଲିଉଡ୍‌ ଅଭିନେତ୍ରୀ ‘ଡି’ ଓ କୁଆନ୍‌ ଟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିର ଅଧିକାରୀ ‘କେ’ ଭଳି ଦୁଇଟି ନାମକୁ ନେଇ ଏନସିବିକୁ ତଥ୍ୟ ମିଳିଛି। ଏହି ଡି- ଦୀପିକା ଓ କେ-କରିସ୍ମା ବୋଲି ପ୍ରମୁଖ
ଜାତୀୟ ଗଣମାଧ୍ୟମ ‘ଟାଇମ୍ସ ନାଓଁ’ ରେ ରିପୋର୍ଟ ପ୍ରକାଶ ପାଇଛି। ୨୦୧୭ ଓ ୨୦୧୯ରେ କେତେକ ଚାଟ୍‌କୁ ତର୍ଜମା କରିବା ପରେ ଏନସିବି ଏହି ସୂଚନା ହାସଲ କରିଛି। ତଦନୁଯାୟୀ ତଦନ୍ତ ପ୍ରକ୍ରିୟାକୁ ସଂପ୍ରସାରିତ କରିଛି। କରିସ୍ମା କୁଆନ୍‌ ଟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିର ଜଣେ କର୍ମଚାରୀ ଥିବାବେଳେ ତାଙ୍କୁ ଜେରା କରିବା ଲାଗି ଏନସିବି ସମନ ପଠାଇଥିବା ସୂଚନା ମିଳିଛି। କରିସ୍ମା ଏକାଧିକ ବଲିଉଡ୍‌ ପାର୍ଟିରେ ଦୀପିକାଙ୍କୁ ଡ୍ରଗ୍ସ ଯୋଗାଇଥିବା ତଥ୍ୟ ଏନସିବି ହାତରେ ଲାଗିଛି। ଅନ୍ୟପକ୍ଷରେ ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତୀଙ୍କୁ ଜେରା ପରେ ସେ ବଲିଉଡ୍‌ରେ ଡ୍ରଗ୍ସ କାରବାର ନେଇ ଅନେକ ଚାଞ୍ଚଲ୍ୟକର ତଥ୍ୟ ଏନସିବିକୁ ଦେଇଛନ୍ତି। ଶ୍ରଦ୍ଧା କପୁର ଓ ସାରା ଅଲୀ ଖାନ୍‌ଙ୍କୁ ମଧ୍ୟ ଏନସିବି ଜେରା କରିପାରେ। ରିଆଙ୍କ ସୂଚନାନୁଯାୟୀ, ଏହି ଦୁଇଜଣ ସୁଶାନ୍ତଙ୍କ ସହିତ ପୁଣେର ଏକ ଆଇଲାଣ୍ଡରେ ଏକାଧିକବାର ପାର୍ଟି ଆୟୋଜନ କରି ଡ୍ରଗ୍ସ ସେବନ କରିଛନ୍ତି।
ଦୀପିକାଙ୍କ ମ୍ୟାଜେନର କରିସ୍ମାଙ୍କୁ ଏନସିବି ସମନ ପରେ କଙ୍ଗନା ଟ୍ବିଟ୍‌ କରି ଦୀପିକାଙ୍କୁ କଟାକ୍ଷ କରିଛନ୍ତି। କିଏ ବିଷାଦଗ୍ରସ୍ତ ବୋଲି ପ୍ରଶ୍ନ କରିବା ସହିତ ନିଜକୁ ଆଭିଜାତ୍ୟ ସଂପନ୍ନ ଦାବି କରୁଥିବା କଳାକାର ନିଜ ମ୍ୟାନେଜର ଜରିଆରେ ଡ୍ରଗ୍ସ ମଗାଇ ସେବନ କରିବା ଏକ ଫ୍ୟାସନ ବଲିଉଡ୍‌ରେ ପାଲଟିଯାଇଛି। ‘ମାଲ୍‌ କ୍ୟା ହୈ’ ବୋଲି କରିସ୍ମାଙ୍କୁ ଟ୍ବିଟ୍‌ରେ ପ୍ରଶ୍ନ କରିଛନ୍ତି କଙ୍ଗନା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories