www.samajalive.in
Friday, December 12, 2025
15.1 C
Bhubaneswar

ଆୟରଲାଣ୍ଡର ଟାଇଟାନିକ୍ ହୋଟେଲ

ଅନ୍-ଲକ୍ ଘୋଷଣା ପର ବିଶ୍ବର ପ୍ରମୁଖ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ଅର୍ଥନୀତିକୁ ସୁଦୃଢ଼ କରିବାକୁ ଏବେ ଚେଷ୍ଟା ଆରମ୍ଭ କରିଦେଇଛନ୍ତି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଓ ହୋଟେଲ ଶିଳ୍ପ। ଭ୍ରମଣପ୍ରିୟ ଲୋକ ବୁଲାବୁଲି ଆରମ୍ଭ କଲେଣି କିନ୍ତୁ ପଡ଼ୋଶୀ ରାଷ୍ଟ୍ରକୁ ଯିବା ପାଇଁ ଏବେ ଅଧିକାଂଶ ସାହସ ଜୁଟାଇ ପାରୁନାହାନ୍ତି। ଏପରିସ୍ଥଳେ ହୋଟେଲଗୁଡ଼ିକ ଖୋଲାଯିବା ସତ୍ତ୍ବେ ବ୍ୟବସାୟ ପୂର୍ବ ଭଳି ଜୋର୍ ଧରୁନାହିଁ। ନିକଟରେ ଉତ୍ତର ଆୟରଲାଣ୍ଡର ଜନୈକ ଶିଳ୍ପପତି ନିଜ ହୋଟେଲକୁ ଆସିବା ନିମନ୍ତେ ଗ୍ରାହକଙ୍କୁ ଆକୃଷ୍ଟ ନିମନ୍ତେ ଏକ ପଦକ୍ଷେପ ନେଇଛନ୍ତି। ହୋଟେଲର ଇଣ୍ଟେରିୟର୍‌ ପରିବର୍ତ୍ତନ କରି ଟାଇଟାନିକ୍ ଜାହାଜ ଥିମ୍‌ରେ ହୋଟେଲର ଆଭ୍ୟନ୍ତରୀଣକୁ ରୂପ ଦେଇଥିବାର ଦେଖାଯାଇଛି। ହୋଟେଲର ୩ଟି କକ୍ଷକୁ ବର୍ତ୍ତମାନ ଟାଇଟାନିକ୍ ଥିମ୍‌ରେ ନୂଆ ରୂପ ଦିଆଯାଇଥିବାବେଳେ ଟାଇଟାନିକ୍ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ରୋଜ୍‌ଙ୍କ ନାମ ଅନୁସାରେ ଗୋଟିଏ କକ୍ଷର ନାମ ‘ରୋଜ୍ ହନିମୁନ୍ କକ୍ଷ’ ରଖାଯାଇଥିବାର ପ୍ରକାଶ। ସମୁଦ୍ର ପାଣି ପରି କାନ୍ଥଗୁଡ଼ିକରେ ଚିତ୍ର ହେବା ସହ ଏକ ସୁନ୍ଦର କାଠ ଖଟ ମଧ୍ୟ ରହିଛି। ରାତି ପିଛା ଏଇ କକ୍ଷର ଦେୟର ୩,୦୭୨ଟଙ୍କା ଧାର୍ଯ୍ୟ, ବର୍ତ୍ତମାନ ପରିସ୍ଥିତିରେ ଗ୍ରାହକ ଅଧିକ ପାଉଣା ଦେଇ ହୋଟେଲରେ ରହିବାକୁ ପସନ୍ଦ କରିବେନାହିଁ ବୋଲି ହୋଟେଲ ମୁଖ୍ୟ କାର୍ଯ୍ୟକାରୀଙ୍କ ମତ। ଏସବୁ ଟାଇଟାନିକ୍ ଥିମ୍ କକ୍ଷରେ ନୌକା ପରି ସୋଫା ଥିବାବେଳେ ସେଇ ଚଳଚ୍ଚିତ୍ରର ସଙ୍ଗୀତ ମଧ୍ୟ ଅହରହ ଶୁଣାଯିବ। ଗ୍ରାହକଙ୍କୁ ଭିନ୍ନ ଉପାୟରେ ଆକୃଷ୍ଟ କରିବା ନିମନ୍ତେ ଏହା ଏକ ଚେଷ୍ଟା ବୋଲି କର୍ତ୍ତୃପକ୍ଷ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories