www.samajalive.in
Thursday, December 11, 2025
15.1 C
Bhubaneswar

ସବୁ କୋଭିଡ୍‌ ହସ୍‌ପିଟାଲରେ ଖୋଲିବ ସହାୟତା କେନ୍ଦ୍ର

ଭୁବନେଶ୍ୱର : ଏଣିକି ପ୍ରତ୍ୟେକ ସରକାରୀ ଓ ଘରୋଇ ହସ୍ପିଟାଲ (ଯେଉଁଠାରେ କୋଭିଡ୍‌ ରୋଗୀ ଚିକିତ୍ସିତ ହେଉଥିବେ)ରେ ସହାୟତା କେନ୍ଦ୍ର (ହେଲ୍‌ପ ଡେସ୍କ) ଖୋଲିବା ବାଧ୍ୟତାମୂକଳ କରାଯାଇଛି। କରୋନା ସମ୍ପର୍କୀୟଙ୍କୁ ଠିକଣା ସମୟରେ ରୋଗୀଙ୍କ ସ୍ଥିତାବସ୍ଥା ସମ୍ପର୍କରେ ସୂଚନା ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କ ସହିତ କୌଣସି ପ୍ରକାର ଖେଳ ଖେଳନ୍ତି, ତାକୁ ବରଦାସ୍ତ କରାଯିବ ନାହିଁ। ରୋଗୀଙ୍କ ନିକଟ ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ତଦାରଖ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।
ମଙ୍ଗଳବାର ଏସଂକ୍ରାନ୍ତରେ ଶ୍ରୀ ମହାପାତ୍ର ସବୁ ସରକାରୀ ଓ ଘରୋଇ ହସ୍ପିଟାଲ ଲାଗି ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ସେଥିରେ
ଦର୍ଶାଯାଇଛି ଯେ ଏଣିକି କୋଭିଡ଼ ଚିକିତ୍ସାଳୟଗୁଡିକରେ ୨୪ଘଣ୍ଟିଆ ସହାୟତା କେନ୍ଦ୍ର କାର୍ଯ୍ୟକ୍ଷମ କରାଯିବ। ସହାୟତା କେନ୍ଦ୍ରରେ ନିୟୋଜିତ ଷ୍ଟାଫ ତ୍ୟାଗପୂତ ଭାବେ ସବୁ କଲଗୁଡିକୁ ଆଦରର ସହ ଗ୍ରହଣ କରି ସୂଚନା ଯୋଗାଇବେ। ଟୋଲ ଫ୍ରି ନମ୍ବରରେ ଯାହା ଗୁରୁତ୍ୱପୂର୍ଣ୍ଣ କଲ୍‍ ଆସିବ ତାକୁ ଏଡିଏମଟି ଡା. ଉମାକାନ୍ତ ଶତପଥୀଙ୍କୁ ଅବଗତ କରାଯିବ। କୋଭିଡ୍‌ କେନ୍ଦ୍ର ପକ୍ଷରୁ କ’ଣ ସବୁ ବ୍ୟବସ୍ଥା କରାଯାଉଛି ସେସବୁ ସ୍ୱତନ୍ତ୍ର ଫଳକରେ ଦର୍ଶାଯିବ। ସହାୟତା କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଷ୍ଟାଫ୍‍ ରହିବା ଜରୁରୀ, ଯେପରିକି କେହି ଛୁଟିରେ ରହିଲେ କାର୍ଯ୍ୟରେ ଯେଭଳି ବ୍ୟାଘାତ ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ। ଏମିତିକି ସହାୟତା କେନ୍ଦ୍ର ରୋଗୀଙ୍କ ସ୍ଥିତାବସ୍ଥା ସମ୍ପର୍କରେ ସାମାଜିକ ଗଣମାଧ୍ରମରେ ତାଙ୍କ ସମ୍ପର୍କୀୟଙ୍କୁ ଅବଗତ କରାଇ ପାରିବେ। ରୋଗୀଙ୍କ ସମ୍ପର୍କୀୟଙ୍କ ରହଣି ପାଇଁ ସ୍ୱତନ୍ତ୍ର କୋଠରି ବ୍ୟବସ୍ଥା କରିବା, ଉକ୍ତ ରୁମ୍‍ରେ ଟିଭି ଏବଂ ସିସି କ୍ୟାମରା ସଂଯୋଗ ଥିବା ଆବଶ୍ୟକ। ପ୍ରାଧିକୃତ ଅଧିକାରୀମାନେ ନିୟମିତ ବ୍ୟବଧାନରେ ସହାୟତା କେନ୍ଦ୍ରର କାର୍ଯ୍ୟକଳାପ ମଧ୍ୟ ଯାଞ୍ଚ କରିପାରିବେ। ଯଦି ଏକ୍ଷେତ୍ରରେ ମେଡିକାଲ କର୍ତ୍ତୁପକ୍ଷ କୌଣସି ଅବହେଳା କଲେ, ତେବେ ସେ କ୍ଷେତ୍ରରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories