www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ଆରୋଗ୍ୟ କ୍ଷେତ୍ରରେ ଭାରତ ବିଶ୍ୱରେ ପ୍ରଥମ

କରୋନା ଆରୋଗ୍ୟ ହାର ଦୃଷ୍ଟିରୁ ଭାରତ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତରେ ଆରୋଗ୍ୟ ହାର ସମଗ୍ର ବିଶ୍ୱର ମୋଟ୍‍ ଆରୋଗ୍ୟ ହାରର ୧୯ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୪୩ ଲକ୍ଷ ୯୬ ହଜାର ସଂକ୍ରମିତ ଲୋକ ଆରୋଗ୍ୟ ହୋଇ ସାରିଲେଣି। ଆମେରିକାର ଆରୋଗ୍ୟ ହାର ୧୮ ଦଶମିକ ୭ ପ୍ରତିଶତ ଥିବା ବେଳେ ବ୍ରାଜିଲରେ ଆରୋଗ୍ୟ ହାର ୧୬ ଦଶମିକ ୯ ପ୍ରତିଶତ ଓ ରୁଷ୍‍ର ଶତକଡ଼ା ୪ ପ୍ରତିଶତ ରହିଛି।

ଦେଶରେ ଆରୋଗ୍ୟ ହାର ଶତକଡ଼ା ୮୦ ଦଶମିକ ୧/୨ ଭାଗକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ୯୩ ହଜାରରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇ ମୋଟ୍‍ ସଂକ୍ରମଣର ଶତକଡ଼ା ୧୮ ଦଶମିକ ୨/୮ ଭାଗ ରହିଛି। ଗୋଟିଏ ଦିନରେ ୫୪ଲକ୍ଷ ୮୬ ହଜାର ୯୬୧ ଜଣ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୧୦ ଲକ୍ଷକୁ ଅତିକ୍ରମ କରିଛି। କରୋନା ମୃତ୍ୟୁହାର ଦେଶରେ ୧ ଦଶମିକ ୬ ପ୍ରତିଶତ ରହିଛି ଯାହା ବିଶ୍ୱରେ ହାରାହାରି ମୃତ୍ୟୁହାର ତୁଳନାରେ ଯଥେଷ୍ଟ କମ୍‍।

- Advertisement -

ଗତ ୨୪ ଘଣ୍ଟା ଭିତରେ ୧ହଜାର ୩୪ ଜଣ ମୃତ୍ୟୁବରଣ କରିବାରୁ କୋବିଡ ମୃତ୍ୟୁସଂଖ୍ୟା ୮୭ ହଜାର ୮୮୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ଭିତରେ ୭ ଲକ୍ଷ ୩୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ ୬ କୋଟି ୪୩ ଲକ୍ଷରୁ ଊର୍ଦ୍ଧ୍ବ ନମୁନା ପରୀକ୍ଷା କରାଯାଇ ସାରିଲାଣି। ଦେଶରେ ୧ହଜାର ୭୭୪ଟି ପରୀକ୍ଷାଗାରରେ କରୋନା ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୧ ହଜାର ୬୨ଟି ସରକାରୀ ପରୀକ୍ଷାଗାର ଓ ୭୧୨ଟି ବେସରକାରୀ ପରୀକ୍ଷାଗାର ରହିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories