www.samajalive.in
Monday, December 15, 2025
16.1 C
Bhubaneswar

ହଜାରିବାଗରେ ବୁରାଡ଼ି ଅନୁରୂପ ଘଟଣା; ପୁରା ପରିବାର ମୃତ

ହଜାରିବାଗ: ଦିଲ୍ଲୀ ବୁରାଡ଼ି ଘଟଣାର ରହସ୍ୟ ସମ୍ପୂର୍ଣ୍ଣ ରୂପେ ଲୋକଲୋଚନକୁ ଆସି ନଥିବାବେଳେ ଅନୁରୂପ ଏକ ଘଟଣା ଝାଡ଼ଖଣ୍ଡର ହଜାରିବାଗରେ ଘଟି ଯାଇଛି। ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁ ସମଗ୍ର ସହରବାସୀଙ୍କୁ ଚକିତ କରିଛି। ପୁଲିସକୁ ମୃତକଙ୍କ ଘରୁ ଏକ ସୁଇସାଇଡ଼ ନୋଟ ମିଳିଥିବା ବେଳେ ଏହାକୁ ନେଇ ମଧ୍ୟ ରହସ୍ୟ ଅଧିକ ଘନିଭୂତ ହେବାରେ ଲାଗିଛି।
ହଜାରିବାଗର ଖଜାଞ୍ଚିତଲବା ନିକଟରେ ସିଡିଏମ ଆପାର୍ଟମେଣ୍ଟରେ ଏହି ପରିବାର ବସବାସ କରୁଥିଲା। ପରିବାରର ୬ଜଣ ସଦସ୍ୟଙ୍କ ମଧ୍ୟରୁ ୩ଜଣଙ୍କୁ ହତ୍ୟା କରାଯାଇ ଥିବା ବେଳେ ଅନ୍ୟ ୩ଜଣ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ନରେଶ ଅଗରୱାଲ, ମହାବୀର ମହେଶ୍ୱରୀ, କିରଣ ଅଗରୱାଲ, ଅନ୍ୱୀ ଅଗରୱାଲ, ପ୍ରୀତି ଅଗରୱାଲ ଓ ଅମନ ଅଗରୱାଲ ଅନ୍ୟତମ। ଋଣ ନେଇ ପରିଶୋଧ ନକରି ପାରି ଏହି ପରିବାର ଆତ୍ମହତ୍ୟା କରିଥିବା ପାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ୬ ଜଣ ମୃତକଙ୍କ ମଧ୍ୟରୁ ୨ଜଣ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାବେଳେ ପରିବାରର ଜଣେ ଶିଶୁକୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ସେହିପରି ପରିବାରର ଅଉ ଜଣେ ଶିଶୁକୁ ବିଷ ଦେଇ ହତ୍ୟା କରାଯାଇଛି। ପରିବାରର ଜଣେ ମହିଳାଙ୍କ ଗଳା ଚିପି ହତ୍ୟା କରାଯାଇଛି। କୁହାଯାଉଛି ଯେ, ପରିବାରର ସମସ୍ତଙ୍କ ମୃତ୍ୟୁ ପରେ ଘରର ମୁଖିଆ ନରେଶ ଅଗରୱାଲ ଛାତରୁ ଡିଆ ମାରି ଆତ୍ମହତ୍ୟା କରିଛନ୍ତି।
ଆପାଟମେଣ୍ଟ ଭିତରେ ପୁଲିସକୁ ଏକ ସୁଇସାଇଟ ନୋଟ ମିଳିଛି। ବାଦାମୀ ରଙ୍ଗର ଲଫାଫାରେ ଥିବା ଏହି ସୁଇସାଇଟ ନୋଟ ଗଣିତର କୌଣସି ସୂତ୍ର ଅନୁରୂପ ଲେଖା ଯାଇଛି। ଲାଲ ଓ ନୀଳ କାଳିରେ ଲେଖା ଏହି ସୁଇସାଇଟ ନୋଟ୍ ପରିବାର ଉପରେ ପଡ଼ିଥିବା ଦୁଃଖର ପାହାଡ଼ର ବର୍ଣ୍ଣନା କରାଯାଇଛି।
ବାଦାମୀ ଲଫାଫା ଉପରେ ଲାଲ କାଳିରେ “ଅମନକୁ ଫାଶୀ ଦେଇ ପରିଲୁନି ତେଣୁ ହତ୍ୟା କରିବାକୁ ପଡ଼ିଲା’ ବୋଲି ଲେଖା ଯାଇଛି। ତରେ ନୀଳ କାଳିରେ ସୁଇସାଇଟ ନୋଟ ଲେଖା ଯାଇଛି। ଅସୁସ୍ଥତା+ ଦୋକାନ ବନ୍ଦ+ ଦୋକାନୀଙ୍କ ଟଙ୍କା ବକେୟା +ବଦନାମୀ+ ଋଣ = ଅଶାନ୍ତି =ମୃତ୍ୟୁ। ଏଭଳି ଢଙ୍ଗରେ ଲେଖା ଯାଇଛି ସୁଇସାଇଟ ନୋଟ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories