ଭାରତୀୟ ଛାତ୍ରଙ୍କ ସର୍ବକନିଷ୍ଠ ଉପଗ୍ରହକୁ ଉତକ୍ଷେପଣ କରିବ ନାସା

0

ମୁମ୍ବଇ: ହିନ୍ଦୁସ୍ଥାନ ଇନଷ୍ଟିଚ୍ୟୁଟ୍‍ ଅଫ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ ଚେନ୍ନଇର ୪ଜଣ ଛାତ୍ର ବିଶ୍ୱର ସବୁଠାରୁ ଛୋଟ ଓ ହାଲୁଆ ଉପଗ୍ରହ ନିର୍ମାଣ କରିଛନ୍ତି। ଏହି ଉପଗ୍ରହକୁ ନାସା ପକ୍ଷରୁ ଅଗଷ୍ଟ ମାସରେ ଉତକ୍ଷେପଣ କରିବାକୁ ଚୂଡ଼ାନ୍ତ ହୋଇଛି।
ଏହି ଉପଗ୍ରହ କେବଳ ଛୋଟ ଓ ହାଲୁକା କାହିଁକି ବରଂ ଏହା ସବୁଠାରୁ ଶସ୍ତା ଉପଗ୍ରହର ରେକର୍ଡ଼ କରିଛି। ଏହି ଉପଗ୍ରହଟି ହାତ ପାପୁଲି ଭିତରେ ସହଜରେ ସ୍ଥାନୀତ ହୋଇପାରୁଛି। ଏକ ଅଣ୍ଡାଠାରୁ ସାମାନ୍ୟ ହାଲୁକା ଏହି ଉପଗ୍ରହର ନାମ “ଜୟହିନ୍ଦ-୧ଏସ’। ମାତ୍ର ୧୫୦୦୦ଟଙ୍କାରେ ନିର୍ମିତ ଏହି ଉପଗ୍ରହ ପାଣିପାଗ ସମ୍ପର୍କିତ ବିସ୍ତୃତ ତଥ୍ୟ ଯୋଗାଇବ। ଏହି ଉପଗ୍ରହ ମଧ୍ୟରେ ଥିବା ଏକ ମେମୋରି ଚିପରେ ଏହି ତଥ୍ୟ ସୁରକ୍ଷିତ ରହିବ। ଉପଗ୍ରହଟି ବାୟୁମଣ୍ଡଳର ୨୦ଟି ଦିଗକୁ ରେକର୍ଡ଼ କରିବାର ବ୍ୟବସ୍ଥା ରହିଛି। ପାଣିପାଗ ସମ୍ପର୍କିତ ତଥ୍ୟକୁ ପ୍ରତି ସେକେଣ୍ଟରେ ରେକର୍ଡ଼ କରିବାର ବ୍ୟବସ୍ଥା ଏହି ଉପଗ୍ରହରେ ରହିଛି। ବାୟୁମଣ୍ଡଳରେ ବାଷ୍ପ, ପବନର ବେଗ, ଚାପକୁ ଏହି ଉପଗ୍ରହ ତାଲିକାଭୁକ୍ତ କରିବ। ଏହି ଉପଗ୍ରହକୁ ପରିଚାଳିତ ଏକ ମୋବାଇଲରୁ ମଧ୍ୟ କରିହେବ।

Leave A Reply