ପ୍ଲାଷ୍ଟିକ ବୋତଲକୁ ନଷ୍ଟ କରିବ ମେସିନ: ୨ହଜାର ଷ୍ଟେସନରେ ମେସିଲ ଖଞ୍ଜିବ ରେଳବାଇ

0

ନୂଆଦିଲ୍ଲୀ: ପ୍ଲାଷ୍ଟିକ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟାରେ ସାମିଲ୍‍ ହୋଇଛି ରେଳବାଇ। ଦେଶର ବିଭିନ୍ନ ସ୍ଥାନର ୨ହଜାର ରେଳ ଷ୍ଟେସନରେ ପ୍ଲାଷ୍ଟିକ ବୋତଲ ନଷ୍ଟ କରିବା ମେସିନ ଖଞ୍ଜିବା ପାଇଁ ରେଳବାଇ ଯୋଜନା କରିଛି। ରେଳ ଷ୍ଟେସନରେ ସର୍ବାଧିକ ମାତ୍ରାରେ ପ୍ଲାଷ୍ଟିକ ବୋତଲର ବ୍ୟବହାର ହେଉଥିବାବେଳେ ଯାତ୍ରୀମାନେ ଟ୍ରେନ ଓ ଷ୍ଟେସନରେ ଏହି ବୋତଲକୁ ଛାଡ଼ି ଦେଇଥାନ୍ତି। ଏହାକୁ ନଷ୍ଟ କରିବା ରେଳବାଇ ପାଇଁ ପ୍ରମୁଖ ଚ୍ୟାଲେଞ୍ଜରେ ପରିଣତ ହୋଇଛି। ୨୦୦୯ର ଏକ ସର୍ବେକ୍ଷଣ ଅନୁଯାୟୀ ୬୨୮୯ଟନ ପ୍ଲାଷ୍ଟିକ ବୋତଲ କେବଳ ରେଳ ଲାଇନରୁ ଉଦ୍ଧାର କରାଯାଇ ଥିଲା। ଏହି ମେସିନକୁ ଷ୍ଟେସନର ପ୍ରସ୍ଥାନ ରାସ୍ତାରେ ଖଞ୍ଜା ଯିବ। ଫଳରେ ଯାତ୍ରୀମାନେ ଷ୍ଟେସନ ପରିସରରୁ ବାହାରିବା ପୂର୍ବରୁ ସେମାନଙ୍କ ଖାଲି ପାଣି ବୋତଲ କିମ୍ବା ତରଳ ପାନୀୟ ବୋତଲକୁ ଏହି ମେସିନରେ ଭର୍ତ୍ତି କରିପାରିବେ। ରେଳବାଇର ୧୬ଟି ଜୋନ ଅନ୍ତର୍ଗତ ୭୦ଟି ଡିଭିଜନରେ ମୋଟ୍‍ ୨୦୦୦ଟି ଷ୍ଟେସନରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ।

Leave A Reply