୧୦୨ ନ ଆସିବାରୁ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା

0

ବଣାଇ : ରାଜ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟବିଭାଗ ତରଫରୁ ଜନନୀ ସୁରକ୍ଷା ଉଦ୍ଦେଶ୍ୟରେ ୧୦୨ ଆମ୍ବୁଲାନ୍ସ ଦୀର୍ଘ ଦିନରୁ ପ୍ରଚଳିତ ହୋଇଆସୁଛି।ଏଥିରେ ବହୁ ଗର୍ଭବତୀ ମହିଳାଙ୍କୁ ତାଙ୍କ ବାସଗୃହରୁ ଆଣି ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି।କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ସୋଲ ପଂଚାୟତର ତାଳଡିହି ଗ୍ରାମରେ।।ଗୁରୁଣ୍ଡିଆ ବ୍ଲକ ସଦର ମହକୁମାରୁ ପ୍ରାୟ ୫୦ କିଲୋମିଟର ଦୂରବର୍ତୀ ଅପହଂଚ ଇଲାକାରେ ଅବସ୍ଥିତ ତାଳଡିହି ଗ୍ରାମ।ବଣ,ପାହାଡ,ଝରଣା,ନାଳ ଘେରାରେ ଅବସ୍ଥିତ ତାଳଡିହି ଗ୍ରାମ।ସେଠାରେ ବସବାସ କରନ୍ତି ଡେଭିଡ କେର୍କେଟାଙ୍କ ଗର୍ଭବତୀ ପତ୍ନୀ କାରମେଲା କେରର୍କେଟା(୨୮)।ତାଙ୍କର ଗର୍ଭ ଯନ୍ତ୍ରଣା ବୃଦ୍ଧିପାଇବାରୁ ତାଙ୍କ ସ୍ୱାମୀ ଡେଭିଡ ୫ କିଲୋମିଟର ଦୂରବର୍ତୀ ସୋଲ ପ୍ରାଥମିକ ଚିକିତ୍ସାଳୟକୁ ଆଣିବାକୁ ୧୦୨ ଏବଂ ୧୦୮ ଆମ୍ବୁଲାନ୍ସକୁ କଲ କରିଥିଲେ।ଉକ୍ତ ରାସ୍ତାଘାଟରେ ଯାୟାୟତର ସୁବିଧା ନଥିବାରୁ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍ସ ଆସି ପାରି ନଥିଲ।।ଏବାବଦରେ ପ୍ରାଥମିକ ଚିକିତ୍ସାଳୟର ଏଏନଏମ ମମତା ସେନାପତି ଖବର ପାଇ ୫ କିଲୋମିଟର ଚାଲି ଚାଲି ଯାଇ ଉକ୍ତ ଗର୍ଭବତୀ ମହିଳାଙ୍କୁ ସେଠାକାର ଆଶାକର୍ମୀ ସୁଶିଳା ବା ଙ୍କ ସହାୟତାରେ ଏକ ଷ୍ଟ୍ରେଚରରେ ଚିକିତ୍ସାଳୟକୁ ବୋହି ଆଣିବାକୁ ତାଙ୍କ ପରିବାରବର୍ଗଙ୍କୁ ପ୍ରବର୍ତାଇଥିଲେ।ବହୁ କଷ୍ଟରେ ପରିବାରବର୍ଗ ଏଏନଏମଙ୍କ ପ୍ରସ୍ତାବରେ ରାଜି ହୋଇ ଆଜି ଏକ ଷ୍ଟ୍ରେଚରରେ ପରିବାରବର୍ଗଙ୍କ ଦ୍ୱାରା ଦୀର୍ଘ ୫ କିଲୋମିଟର ଦୂର୍ଗମ ରାସ୍ତାରେ ଚିକିତ୍ସାଳୟକୁ ବୋହିଆଣିଥିଲେ।ଯାହା ହେଉ ପରିବାରବର୍ଗଙ୍କ କଠିନ ପରିଶ୍ରମ ଏବଂ ଏଏନଏମଙ୍କ ଉପସ୍ଥିତ ବୁଦ୍ଧିପାଇଁ ଗର୍ଭବତୀ ମହିଳା ଜଣଙ୍କ ଅଘଟଣରୁ ରକ୍ଷା ପାଇବା ସହିତ ଚିକିତ୍ସାଳୟରେ ଭର୍ତି ହୋଇ ଆଜି ଅପରାହ୍ନରେ ଏକ କନ୍ୟା ସନ୍ତାନ ପ୍ରସବ କରିଥିବା ଜଣାପଡିଛି।

Leave A Reply