www.samajalive.in
Monday, December 15, 2025
27.1 C
Bhubaneswar

ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ମାଡ ଘଟଣାର ଜେରା ; ଆପ୍‌ର ଆଉ ଦୁଇ ବିଧାୟକଙ୍କୁ ଡକରା

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ ମରାଯାଇଥିବା ଘଟଣାରେ ପୁଲିସ ଗୁରୁବାର କ୍ଷମତାସୀନ ଆପ୍‌ (ଆମ୍‌ ଆଦମୀ ପାର୍ଟି)ର ଆଉ ଦୁଇ ବିଧାୟକଙ୍କୁ ଜେରା ପ୍ରକ୍ରିୟାରେ ସାମିଲ ହେବାକୁ ନିର୍ଦେଶ ଦେଇଛି। ଏମାନେ ହେଲେ ପ୍ରବୀଣ କୁମାର ଓ ଅଜୟ ଦତ୍ତ। ଉକ୍ତ ଦିନ ଏହି ଦୁଇ ବିଧାୟକ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ତେବେ ପ୍ରବୀଣ କୁମାର ଗୁରୁବାର ଥାନାରେ ହାଜର ହୋଇଥିବାବେଳେ ଅଜୟ ସହର ବାହାରେ ଥିବାରୁ ପରବର୍ତ୍ତୀ ସମୟରେ ଥାନାକୁ ଯିବେ ବୋଲି ଜଣାପଡିଛି। ଦିଲ୍ଲୀ ପୁଲିସ ପୂର୍ବରୁ ଅନ୍ୟ ଦୁଇ ଆପ୍‌ ବିଧାୟକ ନୀତୀନ ତ୍ୟାଗୀ ଓ ରାଜେଶ ରିଷିଙ୍କୁ ମଧ୍ୟ ଜେରା କରିସାରିଛି। ତେବେ ଉକ୍ତ ଦିନ ମୁଖ୍ୟ ଶାସନ ସଚିବଙ୍କୁ ଆକ୍ରମଣ କରାଯାଇନାହିଁ ବୋଲି ଏ ଦୁଇ ବିଧାୟକ ପୁଲିସକୁ ଜଣାଇଛନ୍ତି।

- Advertisement -

ଫେବୃଆରୀ ଶେଷ ସପ୍ତାହରେ କେଜରିୱାଲଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ, ଆପ୍‌ର ଏକାଧିକ ବିଧାୟକଙ୍କ ସମେତ ଅଂଶୁ ପ୍ରକାଶ ମଧ୍ୟ ଉପସ୍ଥିତ ଥିଲେ। ଆଲୋଚନା ସମୟରେ କୌଣସି କାରଣକୁ କେନ୍ଦ୍ରକରି ଆପ୍‌ ବିଧାୟକମାନେ ତାଙ୍କୁ ମାଡ ମାରିଥିଲେ ବୋଲି ଅଭିଯୋଗ କରି ଅଂଶୁ ପ୍ରକାଶ ଫେବୃଆରୀ ୨୦ରେ ଏତଲା ଦାଏର କରିଥିଲେ। ଏହାକୁ ଭିତ୍ତିକରି ପୁଲିସ ୨୧ରେ ଦୁଇ ଆପ୍‌ ବିଧାୟକ ଅମାନାତୁଲ୍ଲା ଖାଁ ଓ ପ୍ରକାଶ ଜରୱାଲଙ୍କୁ ଗିରଫ କରିଥିଲା।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories