ୱାଇଫାଇ ବନ୍ଦ କରିବାରୁ ସ୍ତ୍ରୀଙ୍କୁ ନିସ୍ତୁକମାଡ଼

0

ହାଇଦରାବାଦ: ୱାଇଫାଇ ବନ୍ଦ କରିବାକୁ ନେଇ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ନିସ୍ତୁକମାଡ଼ ମାରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ହାଇଦରାବାଦ ସୋମାଜିଗୁଡ଼ା ଅଞ୍ଚଳରେ। ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତି ଶୋଇନଥିବାରୁ ତାଙ୍କ ସ୍ତ୍ରୀ ୱାଇଫାଇ ବନ୍ଦ କରିଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ସ୍ତ୍ରୀଙ୍କୁ ନିର୍ଘାତ ମାଡ଼ ମାରିଥିଲେ। ସମ୍ପୃକ୍ତା ମହିଳା ରେଶମା ମୁଲତାନାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।

Leave A Reply