www.samajalive.in
Monday, December 15, 2025
15.1 C
Bhubaneswar

ଜୟାଙ୍କୁ ପୁଣି ପ୍ରାର୍ଥୀ କରିବ ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ : ଆଗାମୀ ରାଜ୍ୟସଭା ନିର୍ବାଚନରେ ଜୟା ବଚ୍ଚନ ସମାଜବାଦୀ ପାର୍ଟି ଟିକଟରେ ଉତ୍ତର ପ୍ରଦେଶରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡିଛି। ପୂର୍ବରୁ ରାଜ୍ୟସଭା ଟିକଟ ହାର୍ଦୋଇ ବିଧାୟକ ନରେଶ ଅଗ୍ରୱାଲଙ୍କୁ ପ୍ରଦାନ କରାଯିବ ବୋଲି ଚର୍ଚ୍ଚା ଚାଲିଥିଲା। ତେବେ ଜୟା ଦୀର୍ଘ ବର୍ଷ ଧରି ସମାଜବାଦୀ ପାର୍ଟି ପ୍ରତି ଆନୁଗତ୍ୟ ପ୍ରକାଶ କରିଆସୁଥିବାରୁ ଏଥର ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ରାଜ୍ୟସଭା ସାଂସଦ ଅମର ସିଂହ କହିଛନ୍ତି।

ଉତ୍ତର ପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୩ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟସଭା ସାଂସଦଭାବେ ଜୟାଙ୍କ ତୃତୀୟ ଅବଧି ଏପ୍ରିଲ ୩ରେ ଶେଷ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories