www.samajalive.in
Sunday, December 14, 2025
26.1 C
Bhubaneswar

ସିପିଏମ କାର୍ଯ୍ୟାଳୟରେ ଆଶ୍ରୟ ନେବେ ମାଣିକ ସରକାର

ଅଗରତାଲା : ଦୀର୍ଘ କୋଡିଏ ବର୍ଷ ଧରି ରାଜ୍ୟକୁ ଶାସନ କରିବାପରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର ବର୍ତ୍ତମାନ ସରକାରୀ ବଙ୍ଗଳା ଛାଡି ସିପିଏମ କାର୍ଯ୍ୟାଳୟରେ ସପରିବାର ଆଶ୍ରୟ ନେବାକୁ ଯାଉଛନ୍ତି। ଚଳିତ ନିର୍ବାଚନରେ ସିପିଏମକୁ ଗାଦିଚ୍ୟୁତ କରି ତ୍ରିପୁରାରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ନୂଆ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଶପଥ ଗ୍ରହଣ କରିବା ପୂର୍ବରୁ ମାଣିକ ତାଙ୍କର ସରକାରୀ ବଙ୍ଗଳା ଖାଲି କରିଦେଇଛନ୍ତି।

୬୯ ବର୍ଷୀୟ ମାଣିକ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀଭାବେ ମାନ୍ୟତା ହାସଲ କରିଛନ୍ତି। ତାଙ୍କର ପତ୍ନୀ ଜଣେ ସ୍କୁଲ ଶିକ୍ଷୟିତ୍ରୀ ହୋଇଥିବାବେଳେ ତ୍ରିପୁରାରେ ତାଙ୍କର ନିଜସ୍ୱ ବାସଗୃହ ନାହିଁ। ତେଣୁ ବିକଳ୍ପ ବ୍ୟବସ୍ଥା ପର୍ଯ୍ୟନ୍ତ ସିପିଏମ କାର୍ଯ୍ୟାଳୟରେ ଅବସ୍ଥାନ କରିବାକୁ ଦଳର ହାଇକମାଣ୍ଡ ମାଣିକଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ମାଣିକଙ୍କ ବ୍ୟକ୍ତିଗତ ଆସବାବପତ୍ର କହିଲେ କେବଳ କେତେକ ପୁସ୍ତକ ଓ ଦଳୀୟ ସିଡି। ସିପିଏମ କାର୍ଯ୍ୟାଳୟରେ ମାଣିକ ଦମ୍ପତିଙ୍କୁ ଦୁଇଟି ପ୍ରକୋଷ୍ଠ ଯୋଗାଇ ଦିଆଯାଇଛି। ମାଣିକ ଦମ୍ପତିଙ୍କୁ ଦୈନିକ ଖବରକାଗଜ, ଟିଭି ଓ ସୁରକ୍ଷା କର୍ମୀଙ୍କ ସୁବିଧା ମଧ୍ୟ ମିଳିବ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories