www.samajalive.in
Monday, December 15, 2025
15.1 C
Bhubaneswar

ସୁ କୀ’ଙ୍କ ପୁରସ୍କାର ପ୍ରତ୍ୟାହୃତ

ୱାଶିଂଟନ : ଆମେରିକାର ହୋଲୋକଷ୍ଟ୍‌ ମ୍ୟୁଜିୟମ ପକ୍ଷରୁ ମିଁ୍ୟାମାର ରାଷ୍ଟ୍ରମୁଖ୍ୟ (ଷ୍ଟେଟ୍‌ କାଉସସେଲର) ଅଙ୍ଗ୍‌ ସାନ୍‌ ସୁ କୀଙ୍କୁ ପ୍ରଦାନ କରାଯାଇଥିବା ମାନବାଧିକାର ପୁରସ୍କାରକୁ ପ୍ରତ୍ୟାହାର କରାଯାଇଛି। ମିଁ୍ୟାମାରରେ ରୋହିଙ୍ଗ୍ୟା ସଂପ୍ରଦାୟଙ୍କ ଉପରେ ଚାଲିଥିବା ଅତ୍ୟାଚାରକୁ ନିୟନ୍ତ୍ରଣ କରିବାରେ ସୁ କୀ ବିଫଳ ହୋଇଥିବାରୁ ତାଙ୍କଠାରୁ ଏହି ପୁରସ୍କାର ଫେରାଇ ଅଣାଯାଇଛି ବୋଲି ମ୍ୟୁଜିୟମର ମୁଖପାତ୍ର ସୂଚନା ଦେଇଛନ୍ତି। ଫଳରେ ସୁ କୀଙ୍କ ଆନ୍ତର୍ଜାତିକ ସମ୍ମାନରେ ଆଞ୍ଚ୍‌ ଆସିଛି। ୨୦୧୨ରେ ମ୍ୟୁଜିୟମ ପକ୍ଷରୁ ସୁ କୀଙ୍କୁ ଏଲି ୱିଜେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ମିଁ୍ୟାମାରରେ ସାମରିକ ଶାସନକୁ ବିରୋଧ କରି ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ସୁ କୀ ଦୀର୍ଘ ବର୍ଷ ସଂଗ୍ରାମ ଚଳାଇ ଶେଷରେ ୨୦୧୫ରେ ସଫଳ ହୋଇଥିଲେ। ଏଥିପାଇଁ ୧୯୯୧ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଅପରପକ୍ଷରେ ହୋଲୋକଷ୍ଟ ମ୍ୟୁଜିୟମର ଏଭଳି ନିଷ୍ପତ୍ତିରେ ସୁ କୀ ସରକାର ନିରାଶ ହୋଇପଡିଛନ୍ତି। ଭୁଲ ତଥ୍ୟକୁ ଆଧାର କରି ଏହି ପୁରସ୍କାର ପ୍ରତ୍ୟାହାର କରାଯାଇଥିବାରୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସୁ କୀଙ୍କ ମୁଖପାତ୍ର କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories