ଥାଇଲାଣ୍ଡ ଓପନ୍‌ ସେମିରେ ସିନ୍ଧୁ

0

ବ୍ୟାଙ୍କକ୍‍ : ଭାରତର ପିଭି ସିନ୍ଧୁ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍‍ସ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ୨ୟ ସିଡ୍‍ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୭, ୨୧-୧୩ ଗେମରେ ମାଲେସିଆର ସୋନିଆ ଚିଆଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୩୬ ମିନିଟ ଧରି ଚାଲିଥିଲା। ପ୍ରଥମ ଗେମରେ ସୋନିଆ ଲଢୁଆ ପ୍ରଦର୍ଶନ କରିଥିଲେ ସୁଦ୍ଧା ସିନ୍ଧୁଙ୍କ ଅଭିଜ୍ଞତା ଓ କ୍ରୀଡାଶୈଳୀକୁ ଟକ୍କର ଦେଇପାରିନଥିଲେ। ଫଳରେ ଏହି ଗେମକୁ ସିନ୍ଧୁ ୨୧-୧୭ରେ ହାତେଇ ନେଇଥିଲେ। ଦ୍ୱିତୀୟ ଗେମରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ସିନ୍ଧୁ ପ୍ରାରମ୍ଭରୁ ଆଗୁଆ ରହିଥିବାବେଳେ ଶେଷରେ ୨୧-୧୩ରେ ଜିତି ସେମିରେ ସ୍ଥାନ ପକ୍କା କରିପାରିଛନ୍ତି। ସେମିଫାଇନାଲରେ ସିନ୍ଧୁ ଇଣ୍ଡୋନେସିଆର ଗ୍ରିଗୋରିଆ ମାରିସ୍କାଙ୍କୁ ଭେଟିବେ।

Leave A Reply