କ୍ୟାମେରୁନ୍‍ରେ ୧୦ ବିଚ୍ଛିନ୍ନତାବାଦୀଙ୍କ ମୃତ୍ୟୁ

0

ୟାଉଣ୍ଡେ : ଆଫ୍ରିକୀୟ ରାଷ୍ଟ୍ର କ୍ୟାମେରୁନ୍‍ରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଓ ଉତ୍ତର-ପଶ୍ଚିମାଞ୍ଚଳକୁ ନେଇ ଇଂରାଜୀ କଥିତ ରାଜ୍ୟ ‘ଆମ୍ବାଜୋନିଆ’ ଗଠନ ଦାବି ଜୋର ଧରିଛି। ନୂଆ ରାଜ୍ୟ ଗଠନ ପାଇଁ ଦାବି କରୁଥିବା ଆଙ୍ଗ୍‍ଲୋଫୋନ୍‍ ବିଚ୍ଛିନ୍ନତାବାଦୀ ସଶସ୍ତ୍ର ଆନ୍ଦୋଳନ ଚଳାଇଛନ୍ତି। ସଶସ୍ତ୍ର ବିଚ୍ଛିନ୍ନତାବାଦୀ କୁମ୍ବାଠାରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଯୋଶେଫ ବେଟି ଆସୋମୋଙ୍କ ଗାଡ଼ି ଉପରେ ଆକ୍ରମଣ ପାଇଁ ଛପି ରହିଥିବାବେଳେ ସେନାର ପ୍ରତି ଆକ୍ରମଣରେ ଅନ୍ୟୂନ ୧୦ ଜଣ ପ୍ରାଣ ହରାଇଛନ୍ତି। ବିଚ୍ଛିନ୍ନତାବାଦୀମାନେ ସେମାନଙ୍କ ଅଞ୍ଚଳକୁ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରୁଥିଲାବେଳେ ଏହି ଘଟଣା ଘଟିଛି।

Leave A Reply