ସ୍ମତିସ୍ତମ୍ଭ ନିକଟରେ ଫଟୋ ଉଠାଇବା ଉପରୁ ଉଠିଲା କଟକଣା

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‍ଆଇ) କଡ଼ା ସୁରକ୍ଷା ବଳୟରେ ଥିବା ସ୍ମୃତିସ୍ତମ୍ଭଗୁଡିକ ନିକଟରେ ଫଟୋ ଉତ୍ତୋଳନ ଉପରୁ କଟକଣା ହଟାଇଛି। ତାଜମହଲ, ଅଜନ୍ତା ଗୁମ୍ଫା ଏବଂ ଲେହ ପ୍ରାସାଦ ଭଳି ସମାଧିପୀଠଗୁଡିକୁ ଛାଡିଦେଲେ ଅନ୍ୟ ସମସ୍ତ ସ୍ମୃତିସ୍ତମ୍ଭ ଏବଂ ପ୍ରତ୍ନତତ୍ତ୍ୱ ସ୍ଥଳଗୁଡିକରେ ଏଣିକି ଆଗନ୍ତୁକ ଫଟୋ ଉଠାଇ ପାରିବେ ବୋଲି ଏଏସ୍‍ଆଇ ନିର୍ଦେଶ ଜାରି କରିଛି। ଜାତୀୟ ଗୁରୁତ୍ୱବହନ କରୁଥିବା ୩,୬୮୬ଟି ସ୍ମୃତିସ୍ତମ୍ଭ ଏବଂ ପ୍ରତ୍ନତତ୍ତ୍ୱ ସ୍ଥଳରେ ଏଏସ୍‍ଆଇ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଥିଲା; କିନ୍ତୁ ଗୁରୁବାର ଧରୋବର ଭବନ ଉଦ୍‍ଘାଟନ କରିବା ବେଳେ ଏପରି କଟକଣା ଲାଗୁର ଆବଶ୍ୟକତା ଉପରେ ମୋଦୀ ପ୍ରଶ୍ନ ଉଠାଇଥିଲେ। ଏହି କଟକଣା ପର୍ଯ୍ୟଟକଙ୍କ ପାଇଁ ଉଚିତ୍‍ ନୁହେଁ ବୋଲି ମୋଦୀ ଦର୍ଶାଇଥିବା କେନ୍ଦ୍ର ମନ୍ତ୍ରୀ ମହେଶ ଶର୍ମା ଟ୍ୱିଟ୍‍ କରିଛନ୍ତି।

Leave A Reply