www.samajalive.in
Monday, December 15, 2025
15.1 C
Bhubaneswar

ମହାନଦୀରେ ବନ୍ୟା ଆସିଲେ ରଣନଦୀ କୂଳବାସୀ ଆତଙ୍କିତ, ପୁନଃରୁଦ୍ଧାର ହେଉ ରଣନଦୀ ବନ୍ଧ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ଶିମିଳିପୁର ପଞ୍ଚାୟତ ଅଧିନ କରବର ଗାଁ। ମହାନଦୀ କୂଳରେ ଅବସ୍ଥିତ ଗାଁର ଦୁଃଖ ହୋଇଉଠୁଛି ମହାନଦୀର ଶାଖାନଦୀ ରଣନଦୀ। ୧୯୮୨ମସିହା ମହାବନ୍ୟାରେ ଶାଖାନଦୀ ରଣନଦୀର ଦକ୍ଷିଣ ପାର୍ଶ୍ବ ନିଚ୍ଚା ଆଡି ବନ୍ଧଟି ସମ୍ପୂର୍ଣ୍ଣ ଧୋଇହୋଇ ଗ୍ରାମବାସୀଙ୍କ ଦୁଃଖର କାରଣ ହୋଇଥିଲା। ବାଙ୍କୀ ଜଳସମ୍ପଦ ବିଭାଗ ପକ୍ଷରୁ ୧୯୮୨ମସିହା ପରେ ଆଡିବନ୍ଧଟି ଉଚ୍ଚା ଓ ପ୍ରଶସ୍ତି କରଣ ହେବାପରେ ଅଞ୍ଚଳବାସୀ ଆଶ୍ୱସ୍ତି ହୋଇଥିଲେ। ଯଦିଓ ବନ୍ଧଟି କାର୍ଯ୍ୟ ଦୀର୍ଘତମ ପର୍ଯ୍ୟନ୍ତ ହୋଇନଥିଲା ବିଡମ୍ବନାର ବିଷୟ ବନ୍ଧର ସୁରକ୍ଷା ଓ ସମୃଦ୍ଧି ପାଇଁ ଦୀର୍ଘ ବର୍ଷଧରି ବନ୍ଧ ଉପରେ ପୁନଃରାୟ ମାଟି ପଡିବା ଅଥବା ମଜଭୁତ୍ ପାଇଁ ପଦକ୍ଷେପ ନିଆଯାଇନାହିଁ। ପ୍ରଭାବରେ ମହାନଦୀରେ ବନ୍ୟା ଆସିଲେ ରଣନଦୀର ପ୍ରଭାବରେ କୂଳବାସୀ ଆତଙ୍କିତ ହେଉଛନ୍ତି। ପ୍ରତିକାର ପାଇଁ କୌଣସି ସୁରକ୍ଷିତ ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ନେଇ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି।

ସୂଚନା ଯୋଗ୍ୟ ଯେ ରଣନଦୀର ଆଡିବନ୍ଧ ଯାହାକି ନଦୀର ଦକ୍ଷିଣ ପାଶ୍ୱର୍ରେ ରାମଚନ୍ଦ୍ରପୁର ଘାଟ ପର୍ଯ୍ୟନ୍ତ ଲମ୍ବିଛି। ବର୍ଷାରେ ବନ୍ଧର ପ୍ରାୟ ୧୦ରୁ ଅଧିକ ସ୍ଥାନର ବନ୍ଧ ଧସିଯିବା, ଖାଇଯିବା, ଗାତସୃଷ୍ଟି ହେବା ଏବଂ ପଥର ପ୍ୟାକିଂ ଧସି ଯାଇଥିଲେ ମଧ୍ୟ ଏହାର ପୁନଃରୁଦ୍ଧାର କାର୍ଯ୍ୟପ୍ରତି ବିଭାଗୀୟ ତତ୍ପରତା ନଥିବା ନେଇ ସ୍ଥାନୀୟ ଅଞ୍ଚାଳବାସୀ ଅଭିଯୋଗ କରିଛନ୍ତି। ଚଳିତ ବନ୍ୟାରେ ମହାନଦୀରେ ଆଉ ୨ଫୁଟ ପାଣି ବୃଦ୍ଧି ପାଇଥିଲେ ହୁଏତ ନିଶ୍ଚିତ ବନ୍ଧ ପ୍ରଭାବିତ ହୋଇଥାନ୍ତା। ଏ ସମ୍ପର୍କରେ ବାଙ୍କୀ ଜଳସମ୍ପଦ ବିଭାଗର ପଦସ୍ଥ ଅଧିକାରୀଙ୍କ ସହ କଥା ହେବାରୁ ବନ୍ଧର ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅନୁମତି ଓ ଅନୁମୋଦନ ମିଳିଲେ ବନ୍ଧ କାର୍ଯ୍ୟ ତ୍ୱରାନ୍ୱିତ ହେବ। ସୂଚନା ଯୋଗ୍ୟ ଯେ ଏହି ପଞ୍ଚାୟତର ଶୁଖୁଆଖଳା ଗ୍ରାମବାସୀ ଚଳିତ ବନ୍ୟାରେ ନିଜର ଗୃହପାଳିତ ପଶୁଙ୍କୁ ନେଇ ଦୀର୍ଘ ୮ଦିନ ଏଠାରେ ଆଶ୍ରୟ ନେଇଥିଲେ। ଏହି ବନ୍ଧଟି ଗ୍ରାମବାସୀଙ୍କର ବନ୍ୟା ସମୟରେ ସୁରକ୍ଷା ଦେବାରେ ସହାୟ ହେଉଥିବାରୁ ରାମଚନ୍ଦ୍ରପୁର ନଦୀ ତୁଠଠାରୁ ଶୁଖୁଆଖଳା ଗ୍ରାମ ପର୍ଯ୍ୟନ୍ତ ବନ୍ଧଟିକୁ ସଞ୍ଜୋଗ କରାଗଲେ ଶୁଖୁଆଖଳା ଗ୍ରାମର ୨୦୦ପରିବାର ନିଶ୍ଚୟ ବନ୍ୟା ସମୟରେ ବିପଦମୁକ୍ତ ଭାବରେ ଆଶ୍ରୟ ନେଇ ପାରିବେ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories