www.samajalive.in
Sunday, December 14, 2025
23.1 C
Bhubaneswar

ବର୍ଷାକୁ କୌଣସି ଜନ୍ମରେ ଗ୍ରହଣ କରିବୁ ନାହିଁ:ଅନୁଭବ

ଭୁବନେଶ୍ବର: ବର୍ଷା- ଅନୁଭବ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୁଣି ପତ୍ନୀ ବର୍ଷାଙ୍କୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି ।  ଅନୁଭବ ବର୍ଷାଙ୍କ ସହ ଆଉ ରହିବାକୁ ଚାହୁ ନାହାନ୍ତି । ଏହି ଜନ୍ମ କି କୋଉ ଜନ୍ମରେ ବି ବର୍ଷାଙ୍କ ସହ ରହିବିନି ବୋଲି ନିଜ ଟୁଇଟର ପେଜରେ ଲେଖିଛନ୍ତି ସାଂସଦ ଅନୁଭବ ମହାନ୍ତି । ଏପରିକି ମୋତେ ଏବଂ ମୋ ପରିବାର ସଦସ୍ୟଙ୍କୁ ମାରିବାକୁ ବର୍ଷା ଚେଷ୍ଟା କରିଥିଲେ ବୋଲି ଅନୁଭବ ସାଂଘାତିକ ଅଭିଯୋଗ ଆଣିଛନ୍ତି।
ଆଜି ଟ୍ବିଟ୍‌ ଯୋଗେ ତାଙ୍କ ଘରକୁ ମାନବାଧିକାର କର୍ମୀ ଆସିବା ପ୍ରସଙ୍ଗରେ ସାଂସଦ ଅନୁଭବ ମହାନ୍ତି ସୂଚନା ଦେଇଛନ୍ତି। ଅନୁଭବ କହିଛନ୍ତି ଯେ ମାନବାଧିକାର କର୍ମୀମାନେ ପ୍ରତାରଣା କରିଛନ୍ତି। ତଥାକଥିତ ମାନବାଧିକାର କର୍ମୀ ଏମିିତି ପ୍ରତାରଣା କରିବେ ବୋଲି ଭାବିନଥିଲି। ମୋତେ ଓ ମୋ ବାପା ମା’ଙ୍କୁ ପ୍ରତାରଣା କରିବେ ଭାବି ନଥିଲି। ଏପରିକି ମୋ ବାପାମା’ ଅସୁସ୍ଥ ଥିବାବେଳେ ପ୍ରତାରଣା କଲେ। ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲି କହିଲେ ଅନୁଭବ। ମିଡ଼ିଆକୁ ମୁଁ କିମ୍ବା ସେମାନେ କିଛି କହିବେ ନାହିଁ ବୋଲି କହିଥିଲେ। କିନ୍ତୁ ସେମାନେ ତାହା ନ ମାନି କହିଲେ ଏବଂ ଯାହା କହିଲେ ସବୁ ମିଛ। ମୁଁ ଏବଂ ମୋ ମା’ ଖୋଲାଖୋଲି କହିଥିଲୁ କି ଆମେ ଗ୍ରହଣ କରିବୁ ନାହିଁ। ମୋତେ ଓ ମୋ ବାପାମା’ଙ୍କୁ ମାରିଦେବାକୁ ଚାହୁଁଥିବା ଝିଅକୁ ଗ୍ରହଣ କରିବୁ ନାହିଁ। ବର୍ଷାକୁ ଏ ଜନ୍ମରେ ନୁହେଁ କି କୌଣସି ଜନ୍ମରେ ଗ୍ରହଣ କରିବୁ ନାହିଁ କହିଲେ ସାଂସଦ ଅନୁଭବ ମହାନ୍ତି।
ସେହିଭଳି ତାଙ୍କୁ ଭେଟିବାକୁ ଯାଇଥିବା ମାନବାଧିକାର କର୍ମୀ ଗୀତାଶ୍ରୀ ଦାସ ବର୍ଷା ଓ ତାଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories