www.samajalive.in
Saturday, December 13, 2025
21.1 C
Bhubaneswar

ସହରରୁ ଆସୁଛି ସବୁଜ ପରିବା, ଦରଦାମ ଆକାଶ ଛୁଆଁ

ବାଙ୍କୀ: ବାଙ୍କୀ ଉପଖଣ୍ଡ ଏକ କୃଷି ପ୍ରଧାନ ଅଞ୍ଚଳ। ଧାନ, ଚିନାବାଦାମ, ଆଖୁରେ ପତିଆରା ବଢାଇଥିବା ବାଙ୍କୀର କୃଷକ ସବୁଜ ପନିପରିବା ଉତ୍ପାଦନରେ ରାଜ୍ୟରେ ଆଗୁଆ। ବାଙ୍କୀରୁ ବର୍ଷ ତମାମ୍ ଓଡିଶାର ବିଭିନ୍ନ ହାଟ ବଜାରକୁ ପରିବା ପଠାଇବାର ଇତିହାସ ରହିଛି। ସବୁଠି ବାଙ୍କୀ କୃଷକର ପନ୍ତାଳ ବାଇଗଣ, ଭେଡା ବାଇଗଣ, ଘୋଳପୁର ବାଇଗଣ, ରତାଗଡ ଟୁପୁରି, ଚକୁଳେଶ୍ୱର, ଘାସିପୁଟ, କୁଶପଙ୍ଗି, ପାଥପୁରମକଇଁମୁଣ୍ଡି, ଚାରିଘେରିଆ ଗ୍ରାମର ବାଇଗଣ, ପୋଟଳ, କାକୁଡି, କଲରା, ଜହ୍ନି, ଭେଣ୍ଡି ଆଦି ଭୂବନେଶ୍ୱର, କଟକ, ଖୋର୍ଦ୍ଧା, ବ୍ରହ୍ମପୁର ହାଟରେ ବେଶ୍ ଚର୍ଚ୍ଚିତ। ବାଙ୍କୀର କୃଷକ ନିଜେ ମଧ୍ୟ ପରିବା ପିକପ୍ ଭ୍ୟାନରେ ନେଇ ଗଦିରେ ବିକ୍ରୀ କରି ବେଶ୍ ଲାଭବାନ ହେବା ପୁରୁଖା ଚାଷୀ ମାନଙ୍କ ଠାରୁ ଜାଣିବାକୁ ମିଳିଛି। ବିଡମ୍ବନାର ବିଷୟ ଚଳିତ ବର୍ଷ ପ୍ରକୃତିକ ବିପର୍ଯ୍ୟୟ ବାରମ୍ବାର ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। ଫାଇଲିନ,ଫନି ବାତ୍ୟା ପରେ ଅଗଷ୍ଟ ମାସର ଶେଷ ସପ୍ତାହର ମହାନଦୀରେ ବନ୍ୟା ଆସି ଚାଷୀର ସୁନାର ଫସଲକୁ ଧୋଇ ଦେଇଛିା ହଜାର ହଜାର ହେକ୍ଟର ଚାଷ ଜମୀ ଜଳମଗ୍ନ ଫଳରେ ଧାନ ସହ ପରିବା ଫସଲ ପଚିଶଢି ଧୋଇ ହୋଇ ଚାଷୀର ଦୁଃଖକୁ ବଢାଇ ଦେଇଛି। ଭାତକୁ ତରକାରୀ ସପନ ହୋଇଛି। ଆଞ୍ଚଳିକ ସ୍ତରରେ ହାଟ ବଜାର ପରିବା ଶୂନ୍ୟ। ଗାଁରେ ଯେଉଁ କୃଷକ ଗଦା ଗଦା ପରିବା ଉତ୍ପାଦନ କରୁଥିଲା ସେ ପଖାଳ କଂସାକୁ ଜହ୍ନି, ଭେଣ୍ଡି, ବାଇଗଣ କି କଞ୍ଚାଲଙ୍କାଟିଏ ପାଉନାହିଁ। ଏବେ ଖାଉଟି ଠାରୁ କୃଷକ ପର୍ଯ୍ୟନ୍ତ ବାଙ୍କୀ ସହର ଠାରୁ ଗାଁ ଯାଏଁ ସମସ୍ତେ ଭୂବନେଶ୍ୱର, କଟକରୁ ଆସୁଥିବା ପରିବା ଉପରେ ଅପେକ୍ଷା କରିଛନ୍ତି।
ପୋଟଳ ୧୦୦ଟଙ୍କା, କଲରା, ଜହ୍ନି, ଭେଣ୍ଡି, ଝୁଡଙ୍ଗ ୬୦ଟଙ୍କା ଉପରେ ରହିଛି। ଅପରପକ୍ଷରେ କଞ୍ଚାଲଙ୍କା ୧୫୦ଟଙ୍କା ଟପିଛି। ଶାଗ ଗଛଟିଏ ଦେଖିବାକୁ ମିଳୁନି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସକାଳେ ସ୍ଥାନୀୟ ଜାତମୁଣ୍ଡିଆ ଗୋଲେଇ ଛକଠାରେ ଭୂବନେଶ୍ୱରରୁ ଛୋଟମୋଟ ବ୍ୟବସାୟୀ ପିକ୍‌ଭ୍ୟାନ୍‌ ପରିବା ଆଣି ପହଞ୍ଚିଲା ପରେ ଗାଁ ଗଣ୍ଡାରେ ଏକ୍ସଏଲ ଗାଡି ଧରି ଖୁଚୁରା ବ୍ୟବସାୟ କରୁଥିବା ବୁଲା ବିକାଳିଙ୍କ ଭିଡ ଜମୁଛି। ଆବଶ୍ୟକୀୟ ପରିବା ନ ଆସିବାରୁ ଚଢାଦରରେ ବାଣ୍ଟିକୁଣ୍ଟି ପରିବା ନେବାକୁ ପଡୁଥିବା କହିଛନ୍ତି ବୁଲାବିକାଳି। ସେପଟେ ଦୀର୍ଘ ୬ମାସ ଧରି କରୋନା ପ୍ରଭାବରେ ଜୀବିକା ହରାଇଥିବା ବ୍ୟବସାୟୀଙ୍କୁ ମହାନଦୀର ବନ୍ୟା ପରବର୍ତ୍ତୀ ପରିବା ବ୍ୟବସାୟ,ଦୁର୍ଦ୍ଧିନ ଓ ମଜୁରୀ ଉଠୁନଥିବା କହିଛନ୍ତି। ସ୍ଥାନୀୟ କୃଷକର ବିକାଶ ଏବଂ ପୁନଃ କୃଷି କରିବା ପାଇଁ ସରକାରୀ ସାହାଯ୍ୟ ସହଯୋଗ ମିଳିଲେ ଶୀତଦିନିଆ ପନିପରିବା ଚାଷରେ ଚାଷୀ ମନଦେଇ ବୋଲି ସ୍ଥାନୀୟ କୃଷକ ମାନେ କହିଛନ୍ତି। ଗାଁରୁ ସହରକୁ ଯାଉଥିବା ପରିବା ପରିବର୍ତ୍ତେ ବନ୍ୟା କ୍ଷୟକ୍ଷତି ଜନିତ ପରିସ୍ଥିତିରେ ଗାଁକୁ ସହରରୁ ଏବେ ପରିବା ଆସୁଥିବା ଜାଣିବାକୁ ମିଳିଛି। ପରିବା ଦର ଏତେ ବୃଦ୍ଧି ହେତୁ ଗାଁରେ ସାଧାରଣ ଜନତା ସବୁଜ ପରିବା କିଣି ଖାଇବା ସ୍ୱପ୍ନ ହେବ ବୋଲି ଜନସାଧାରଣ କହିଛନ୍ତି।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories