www.samajalive.in
Wednesday, December 10, 2025
16.1 C
Bhubaneswar

ବିଶ୍ୱକର୍ମା ପୂଜା : ରାଶି ଅନୁଯାୟୀ କରନ୍ତୁ ଏହି ଉପାୟ

ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଚଳିତ ବର୍ଷ ୧୬ ସେପ୍ଟେବର। ପ୍ରତିବର୍ଷ ବିଶ୍ୱକର୍ମା ପୂଜା ଆଶ୍ୱିନ ମାସର କୃଷ୍ଣପକ୍ଷର ଚତୁର୍ଦଶୀ ତିଥି ଦିନ ପାଳନ କରାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ଦିନ ପ୍ରଭୁ ବିଶ୍ୱକର୍ମାଙ୍କ ଜନ୍ମ ହୋଇଥିଲା। କୁହାଯାଏ ଏହି ଦିନ ରାଶି ଅନୁଯାୟୀ, ପ୍ରଭୁ ବିଶ୍ୱକର୍ମାଙ୍କର ପୂଜା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। କର୍ମକ୍ଷେତ୍ରରେ ଲାଭ ମିଳିଥାଏ। ଧନସମ୍ପତ୍ତି, ସୁଖସମୃଦ୍ଧି ମଧ୍ୟ ପ୍ରାପ୍ତି ହୋଇଥାଏ। ବିଶ୍ୱକର୍ମା ପୂଜା ସେଲୋକଙ୍କ ପାଇଁ ଅଧିକ ମହତ୍ତ୍ୱପୂର୍ଣ୍ଣ ଯେଉଁମାନେ କଳାକାର, ଶିଳ୍ପକାର, ଓ ବେପାରୀ। ଜାଣନ୍ତୁ ….
ମେଷ – ଏହି ରାଶିର ବ୍ୟକ୍ତି ବିଶେଷ ମାନେ ବିଶ୍ୱକର୍ମା ପୂଜାଦିନ କେଶରୀ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ଶୁଭଫଳ ପ୍ରାପ୍ତି ହୋଇଥାଏ।
ବୃଷ – ଏହିଦିନ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା କରିବା ପରେ କୁବେରଙ୍କ ମନ୍ତ୍ର ମଧ୍ୟ ୧୧ଥର ଜପ କରନ୍ତୁ।
ମିଥୁନ ରାଶି – ଏହି ଦିନ କଳସ ସ୍ଥାପନ କରନ୍ତୁ। ଯେଉଁ ଝୋଟି ପକାଇବେ ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଭଗବାନ ଗଣେଶଙ୍କ ପୂଜା ପରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା କରନ୍ତୁ।
କର୍କଟ ରାଶି – ଭଗବାନ ଶିବଙ୍କ ଆଶୀର୍ବାଦ ଓ ବିଶ୍ୱକର୍ମାଙ୍କ କୃପା ପ୍ରାପ୍ତି ପାଇଁ ଗରିବଙ୍କୁ ଧଳା ରଙ୍ଗ ପ୍ରଦାନ କରନ୍ତୁ। ଏହା କଲ୍ୟାଣକାରୀ ହେବ।
ସିଂହ ରାଶି – ବିଶ୍ୱକର୍ମା ପୂଜା ଦିନ ସ୍ନାନ କରିବା ପରେ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଜଳରେ ଲାଲ ଫୁଲ ,ଗୁଡ ଅର୍ପଣ କରନ୍ତୁ।
କନ୍ୟା ରାଶି – ବିଶ୍ୱକର୍ମା ପୂଜା ପାଇଁ କଳସ ଜଳରେ ଲାଲ ଫୁଲ ଓ ଗୁଡ଼ ରଖନ୍ତୁ।
ତୁଳା – ଭଗବାନ ବିଶ୍ୱକର୍ମାଙ୍କ ୧୦୮ ନାମ ସ୍ମରଣ କରନ୍ତୁ। ନୀଳ ବସ୍ତ୍ର ଧାରଣ କରନ୍ତୁ।
ବିଛା ରାଶି – ବିଶ୍ୱକର୍ମା ପୂଜା ସମୟରେ କଳସ ସ୍ଥାପନା ସମୟରେ ଲାଲ ରଙ୍ଗରେ ଝୋଟି ପକାନ୍ତୁ। ଗୋଟା ମସୁର ଡ଼ାଲି ଗାଈଙ୍କୁ ଖାଇବାକୁ ଦିଅନ୍ତୁ।
ଧନୁ ରାଶି – ଭଗବାନ ବିଶ୍ୱକର୍ମା ପୂଜାରେ ବିଶେଷ ଲାଭ ପାଇବା ପାଇଁ ପ୍ରଭୁ ଗଶେଶ, ମାଆ ଗୌରୀଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ।
ମକର ରାଶି – ବିଧିପୂର୍ବକ ବିଶ୍ୱକର୍ମାଙ୍କ ପୂଜା କରନ୍ତୁ। ଏହାସହ ଗାୟନ୍ତ୍ରୀ ମନ୍ତ୍ରର ଜପ କରନ୍ତୁ।
କୁମ୍ଭ ରାଶି – ପାରିଜାତ ଫୁଲ ଭଗବାନ ବିଶ୍ୱକର୍ମାଙ୍କୁ ଅର୍ପଣ କରନ୍ତୁ। ଏହାଦ୍ୱାରା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ମୀନ ରାଶି – ବିଶ୍ୱକର୍ମା ପୂଜା ସାଧନା-ଆରାଧନା କରିବା ସହ ପ୍ରଭୁ ନାରାୟଣଙ୍କ ଆଶୀର୍ବାଦ ଗ୍ରହଣ କରନ୍ତୁ।

 

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories