www.samajalive.in
Wednesday, December 10, 2025
14.1 C
Bhubaneswar

ଭାରତ-ଚୀନ ସୀମା ବିବାଦର ବାଟ ଫିଟାଇଲା ପଞ୍ଚସୂତ୍ରୀ

ନୂଆଦିଲ୍ଲୀ: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଗୁରୁବାର ଦୁଇଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି। ରୁଷ୍‌ର ମସ୍କୋରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କର ଚୀନ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ମଧ୍ୟରେ କଥାବାର୍ତ୍ତା କରିଛନ୍ତି। କଥାବାର୍ତ୍ତା ସମୟରେ ଉଭୟ ସୀମା ବିବାଦର ଆପୋଷ ସମାଧାନ ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ଉତ୍ତେଜନା ହ୍ରାସ କରିବାକୁ ପଞ୍ଚ ସୂତ୍ରୀର ସହମତି ପ୍ରକାଶ କରିଛନ୍ତି  ଉଭୟ ପକ୍ଷ । ଏହି ଆଲୋଚନାରେ ଏଲଏସିରେ ଦେଖାଦେଇଥିବା ପରିସ୍ଥିତି କାହାକୁ ଲାଭ ଦେବ ନାହିଁ ବୋଲି ଉଭୟ ପକ୍ଷ କହିଛନ୍ତି।

ପଞ୍ଚସୂତ୍ରୀ ଗୁଡିକ ହେଲା-

- Advertisement -

୧- ସୀମାରେ ମୁତୟନ ଉଭୟ ଦେଶର ଯବାନଙ୍କ ମଧ୍ୟରେ ନିୟମିତ ଆଲୋଚନା ଓ ଯଥାଶୀଘ୍ର ସୈନ୍ୟ ଅପସାରଣ ସହ ଉତ୍ତେଜନା ହ୍ରାସ ଲାଗି ଉପଯୁକ୍ତ ଦୂରତା ଅବଲମ୍ବନ କରିବା ଉଚିତ୍।

୨- ସୀମା ସମ୍ପର୍କରେ ଭାରତ ଓ ଚୀନ ମଧ୍ୟରେ ଥିବା ସମସ୍ତ ଚୁକ୍ତି ଓ ପ୍ରୋଟକଲକୁ ଦୁଇ ଦେଶ ସମ୍ମାନ ଦେବେ ।

୩- ଉଭୟ ଦେଶ ସୀମାରେ ଶାନ୍ତି ଓ ସଦଭାବ ବଜାୟ ରଖିବେ ।

୪- ସୀମାକୁ ନେଇ ଥିବା ସମସ୍ତ ଦ୍ବନ୍ଦ ଦୂର ଲାଗି ସ୍ବତନ୍ତ୍ର ପ୍ରତିନିଧିଙ୍କ ମାଧ୍ୟମରେ ଆଲୋଚନା ଜାରି ରହିବ ।

୫- ସୀମାରେ ଶାନ୍ତି ବଜାୟ ରଖିବା ଲାଗି ପରସ୍ପରର ଆସ୍ଥା ଭାଜନ ହେବା ଭଳି ପଦକ୍ଷେପ ନେବା ଉପରେ ସହମତି ପ୍ରକାଶ ପାଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories