ଭାରତରେ ଇମରାନଙ୍କ ଅବୈଧ ସନ୍ତାନ:ରୋହମ୍‍

0

ନୂଆଦିଲ୍ଲୀ: ପାକିସ୍ତାନର ପ୍ରାକ୍ତନ କ୍ରିକେଟ ଖେଳାଳି ତଥା ରାଜନେତା ଇମରାନ ଖାନଙ୍କ ଏକାଧିକ ଅବୈଧ ସନ୍ତାନ ଭାରତରେ ଅଛନ୍ତି। ଇମ୍‍ରାନ୍‍ଙ୍କ ପୂର୍ବତନ ପତ୍ନୀ ରୋହମ ତାଙ୍କ ଦ୍ୱାରା ଲିଖିତ ପୁସ୍ତକରେ ଏ ସମ୍ପର୍କରେ ଖୁଲାସା କରିଛନ୍ତି। ନିକଟରେ ରୋହମଙ୍କ ଦ୍ୱାରା ପ୍ରକାଶିତ ଆତ୍ମଜୀବନୀରେ ଇମରାନଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ସାଙ୍ଗକୁ ନିଶାସକ୍ତ ଅଭ୍ୟାସ ସମ୍ପର୍କରେ ସେ ଖୁଲାସା କରିଛନ୍ତି। ରୋହମ ଖାନଙ୍କ ଏହି ଆତ୍ମଜୀବନୀ ଇମରାନଙ୍କ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବାର ଆଶାକୁ ମଳିନ କରିଛି, ଏଥିରେ ସନ୍ଦେହ ନାହିଁ। ପାକିସ୍ତାନରେ ନିର୍ବାଚନ ପ୍ରଚାର ଅଭିଯାନ ଚୂଡ଼଼ାନ୍ତ ପର୍ଯ୍ୟାୟରେ ଚାଲିଥିବାବେଳେ ରୋହମଙ୍କ ପୁସ୍ତକକୁ ନେଇ ରାଜନୈତିକ ହଟଚମଟ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।
ପୁସ୍ତକରେ ଉଲ୍ଲେଖ ରହିଛି ଯେ ୬୫ବର୍ଷିୟ ଇମରାନ କେବେ କୁରାନ ପଢନ୍ତି ନାହିଁ, ତନ୍ତ୍ରମନ୍ତ୍ରରେ ବିଶ୍ୱାସ କରନ୍ତି ଓ ଭାରତରେ ତାଙ୍କର ଏକାଧିକ ଅବୈଧ ସନ୍ତାନ ଅଛନ୍ତି। ସେହିପରି ପୁସ୍ତକରେ ନୱାଜ ସରିଫଙ୍କ ଭାଇ ଶହବାଜ ସରିଫଙ୍କୁ ଜଣେ କୁଶଳ ରାଜନୈତିଜ୍ଞ ବୋଲି ତୁଳନା କରାଯାଇ ଥିବାବେଳେ ତାଙ୍କ ଝିଅକୁ ସାହସୀ ରାଜନୈତିକ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରାଯାଇଛି।
ରୋହମ ବୃତ୍ତିରେ ଜଣେ ସାମ୍ବାଦିକ ହୋଇଥିବାବେଳେ ସେ ଲଣ୍ଡନରେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଇମରାନଙ୍କୁ ବିବାହ କରିଥିଲେ। ଏହି ସମୟରେ ଇମରାନ ସ୍ୱୀକାର କରିଥିଲେ ଯେ, ତାଙ୍କର ୫ଟି ସନ୍ତାନ ଅଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଭାରତୀୟ ଓ ସବୁଠାରୁ ବଡ଼ ସନ୍ତାନର ବୟସ ୩୪ବର୍ଷ ବୋଲି ଇମରାନ ସ୍ୱୀକାର କରିଥିଲେ। ଇମରାନଙ୍କ ରାଜନୈତିକ ଜୀବନ ଆଇଏସଆଇର ସହଯୋଗରେ ଆଗକୁ ବଢିଛି ବୋଲି ପୁସ୍ତକରେ ଦାବି କରାଯାଇଛି। ଆଗାମୀ ଦିନରେ ଆଇଏସଆଇ ସଂଗଠନ ଇମରାନଙ୍କୁ ବ୍ୟବହାର କରି ବଦନାମ କରିବାର ସମ୍ଭାବନା ସମ୍ପର୍କରେ ମଧ୍ୟ ରୋହମ ଇମରାନଙ୍କୁ ବୁଝାଇ ଥିଲେ। ତେବେ ଇମରାନର ଉଚ୍ଚାଭିଳାଷ ତାଙ୍କ ଦୂରଦୃଷ୍ଟିକୁ ନଷ୍ଟ କରିଦେଇଛି ବୋଲି ପୁସ୍ତକରେ ଉଲ୍ଲେଖ ରହିଛି।

Leave A Reply