www.samajalive.in
Sunday, December 7, 2025
14.1 C
Bhubaneswar

ନିମୁର୍ଲାରେ ବେଆଇନ ବ୍ଲାଷ୍ଟିଂ ମାମଲା, ପଥର ଉତୋଳନ ବନ୍ଦ କଲେ ଉପଜିଲାପାଳ

ଟିଟିଲାଗଡ଼: କିଛି ସ୍ୱାର୍ଥନ୍ୱେଷି ଅଧିକାରୀଙ୍କ କାରନାମା ନେଇ ଦେଶ ତଥା ରାଜ୍ୟରେ ଖଣିଖାଦାନ ଲୁଟ ହୋଇଚାଲିଥିବା ସହ ସରକାର ବିପୁଳ ପରିମାଣରେ ରାଜସ୍ୱ ହରାଇଚାଲିଛନ୍ତି। ଟିଟିଲାଗଡ ତହସିଲ ଅନ୍ତର୍ଗତ ଦିଗସିରା ପଂଚାୟତ ନିମୁର୍ଲା ଚାଣ୍ଡିଲି ପାହାଡରେ ପ୍ରାୟ ୧୨ ବର୍ଷ ହେଲା ଏକ ଘରୋଇ କମ୍ପାନୀ ପଥର କ୍ୱାରି ଲିଜରେ ନେଇ ବ୍ୟାପକ ଲୁଟତରାଜ ଚଲାଇଥିବା ଅଭିଯୋଗ ହୋଇଛି। ଏପରିପ୍ରେକ୍ଷୀରେ ଟିଟିଲାଗଡ ନୁଆ ଉପଜିଲାପାଳ ସୋମେଶ ଉପାଧ୍ୟାୟ, ତହସିଲଦାର ଆନନ୍ଦ ପଣ୍ଡା ଉକ୍ତ ବେଆଇନ କ୍ୱାରିରେ ଚଢଉ କରିଛନ୍ତି। ଉକ୍ତ କ୍ୱାରିରୁ ଉତୋଳନ ବନ୍ଦ ଆଦେଶ ଦେଇଛନ୍ତି। ଏହା ସହ କ୍ୱାରିର ସମସ୍ତ କାଗଜାତ ନୀରିକ୍ଷଣ କରାଯାଉଛି। ଅନ୍ୟପକ୍ଷରେ କେଉଁ ମାତ୍ରାରେ ବେଆଇନ ଭାବରେ ଲୁଟତରାଜ ହୋଇଛି ସେ ନେଇ ବ୍ୟାପକ ଅନୁସନ୍ଧାନ କରାଯାଉଥିବା ଉପଜିଲାପାଳ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ଏନେଇ କମ୍ପାନୀକୁ ଏକ ବଡ ଅର୍ଥ ଜୋରିମାନା କରାଯିବା ସୁଚନା ମିଳିଛି। କମ୍ପାନୀର କୌଣସି ବୈଧ ବ୍ଲାଷ୍ଟିଂ ଲାଇସେନ୍ସ ମଧ୍ୟ ନ ଥିବା ତହସିଲଦାର ଆନନ୍ଦ ପଣ୍ଡା ସ୍ପଷ୍ଟ କରିଛନ୍ତି। ଏପରିପ୍ରେକ୍ଷୀରେ କିଭଳି କାହା ଆର୍ଶିବାଦରେ କମ୍ପାନୀ ବେଧଡକ ମେରୀରାୟ ନୀତିରେ ଦେଶର ଭୁସମ୍ପତିକୁ ବିକ୍ରୟ କରି କମ୍ପାନୀ କୋଟିକୋଟି ଟଙ୍କାର ବେପାର ଚଲାଇଆସିଛି ତାହା ପ୍ରଶ୍ନଚାଚି ସୃଷ୍ଟି କରିଛି। ନିୟମିତ ବ୍ଲାଷ୍ଟିଂ ଯୋଗୁଁ ଚାଣ୍ଡିଲି ପାହାଡ ଖୋଲ ହୋଇସାରିଛି। ବିଶାଳ ଧରଣର ବ୍ଲାଷ୍ଟିଂ ଯୋଗୁଁ ଆଖପାଖ ଦିଗସିରା, କୁର୍ସୁଡ, କୁଶକେଲା ଆଦି ପଂଚାୟତର ଲୋକେ ସର୍ବଦା ଭୟଗ୍ରସ୍ତ ହୋଇରହିଛନ୍ତି। ଏନେଇ ଦୀର୍ଘ ଦୁଇ ବର୍ଷ ଧରି ଟିଟିଲାଗଡ ବ୍ଲକ ସରପଂଚ ସଂଘ ପକ୍ଷରୁ ତସିଲଦାରଙ୍କ ଠାରୁ ଆରମ୍ଭ କରି ବଲାଙ୍ଗିର ଜିଲାପାଳ, ଏଡିଏମଙ୍କ ଠାରେ ଏନେଇ ଅଭିଯୋଗ କରାଯାଇଛି। ହେଲେ କିଛି ଅଧିକାରୀଙ୍କ ସଲାସୁତୁରାରେ କମ୍ପାନୀର କ୍ୱାରି ଲିଜ ଅବଧି ବେଆଇନ ଭାବରେ ବୃଦ୍ଧି କରାଯାଇଥିବା ସରପଂଚ ସଂଘ ସାଧାରଣ ସମ୍ପାଦକ ହରିନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି। ସମ୍ପ୍ରତି ଉପଜିଲାପାଳଙ୍କ ଚଢଉ ପରେ ଏକ ରାଜ୍ୟରେ ଏକ ବିରାଟ ରାଜସ୍ୱ ଦୁର୍ନିତୀର ଅନ୍ତ ଘଟିବା ସୁନିଶ୍ଚିତ ବୋଲି ଆଲୋଚନା ହୋଇଛି। ପ୍ରଶାସନ କମ୍ପାନୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଂଚ ସଂଘ ଦାବି କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories