www.samajalive.in
Sunday, December 7, 2025
26.1 C
Bhubaneswar

କଙ୍ଗନାଙ୍କ ଅଫିସ ଭାଙ୍ଗିବା ପ୍ରସଙ୍ଗରେ ଉଦ୍ଧବ ଏକା; ହାତ ଛାଡ଼ିଲେ କଂଗ୍ରେସ-ଏନସିପି

ମୁମ୍ବାଇ: କଙ୍ଗନା ରଣାୱାତଙ୍କ ଅଫିସ ଭାଙ୍ଗିବା ଘଟଣାରେ ଏକା ହୋଇ ଯାଇଛନ୍ତି ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ତାଙ୍କ ସରକାରର ଦୁଇ ସହଯୋଗୀ ଦଳ ଏନସିପି ଓ କଂଗ୍ରେସ ଏହି ପ୍ରସଙ୍ଗରେ ବିଏମସିର କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଛନ୍ତି । ଏହା ଏକ ଅନାବଶ୍ୟକ ପଦକ୍ଷେପ ବୋଲି ଉଭୟ ଦଳ ପକ୍ଷରୁ କୁହାଯାଇଛି ।
ରାଷ୍ଟ୍ରବାଦୀ କଂଗ୍ରେସ ମୁଖିଆ ତଥା ମହାରାଷ୍ଟ୍ର ସରକାରଙ୍କ ଅଂଶୀଦାର ଦଳର ନେତା ଶରଦ ପାୱାର ମୁମ୍ବାଇ ମହାନଗର ନିଗମର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଭିନେତ୍ରୀ କଙ୍ଗନା ରଣାୱାତଙ୍କ ଅଫିସ ଭାଙ୍ଗିବା ଏକ ଅନାବଶ୍ୟକ ପଦକ୍ଷେପ ବୋଲି ଶରତ ପାୱାର କହିଛନ୍ତି । ପୁରା ଘଟଣାକ୍ରମ ଉପରେ ଅସନ୍ତୋଷ ପ୍ରକାଶ କରି ଶ୍ରୀ ପାୱାର କହିଛନ୍ତି ଯେ ମୁମ୍ବାଇରେ ଢ଼େର ଅବୈଧ ନିର୍ମାଣ ହୋଇଛି । ମାତ୍ର କେବଳ ଗୋଟିଏ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ନିର୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିାାଣ କରିବା ଦ୍ବାରା ବିପକ୍ଷଙ୍କୁ ସମାଲୋଚନା କରିବାର ସୁଯୋଗ ଦିଆଗଲା ବୋଲି ଶ୍ରୀ ପାୱାର କହିଛନ୍ତି ।
ଶିବସେନା ଶାସିତ ବୃହନ୍ମୁମ୍ବାଇ ମହାନଗର ପାଳିକା (ବିଏମସି) ବୁଧବାର ଅଭିନେତ୍ରୀ କଙଗନାଙ୍କ ବାନ୍ଦ୍ରାସ୍ଥିତ ବଙ୍ଗଳା ସନ୍ନିକଟ ତଥାକଥିତ ‘ଅବୈଧ ନିର୍ମାଣ’ ଭାଙ୍ଗି ଦେଇଛି । ବିଏମସିର ଏହି କାର୍ଯ୍ୟାନୁଷ୍ଠାନ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘରେ ଏକ ବୈଠକ ହୋଇଛି । ଏହିବୈଠକରେ ବିଏମସିର କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ଚର୍ଚା ହୋଇଥିବା ସୂଚନା ମିଳିଛି । ଇତି ମଧ୍ୟରେ କଂଗ୍ରେସ ନେତା ସଞ୍ଜୟ ନିରୂପମ ବିଏମସିର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇବା ସହ ପ୍ରତିଶୋଧ ଭାବନାରେ ଏହି ପଦକ୍ଷେପ ନିଆଯାଇଥିବା ଅଭିଯୋଗ କରିଛନ୍ତି ।
ମନ୍ତବ୍ୟକୁ ଅନୁଚିତ ମହତ୍ବ ଦିଆଯାଉଛି: ଶରଦ ପାୱାର
ଏନସିପି ନେତା ଶରଦ ପାୱାର ଶିବସେନାର ପଦକ୍ଷେପ ରେ ଅସୁଖୀ ଥିବା କୁହାଯାଉଛି । ବୁଧବାର ସେ କଙ୍ଗନାଙ୍କ ନାମ ନ ନେଇ କହିଛନ୍ତି ଯେ ତାଙ୍କର ବୟାନକୁ ଅନୁଚିତ ମହତ୍ବ ଦିଆଯାଉଛି । ଯାହା ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି ।  କଙ୍ଗନା କିଛିଦିନ ତଳେ ଶିବସେନାର ଶରବ୍ୟ ହୋଇଥିଲେ, ଯେତେବେଳେ ସେ ମୁମ୍ବାଇର ତୁଳନା ପାକ୍ ଅଧିକୃତ କାଶ୍ମୀର ସହ କରିଥିଲେ । ସେ କହିଥିଲେ ତାଙ୍କୁ ମୁମ୍ବାଇ ପୁଲିସକୁ ଡ଼ର ଲାଗୁଛି । ଏହି ପ୍ରସଙ୍ଗରେ ପାୱାର କହିଛନ୍ତି ଯେ ଆମେ ଏପରି ସବୁ ବୟାନ ଦେଉଥିବା ଲୋକଙ୍କୁ ଅନୁଚିତ ଗୁରୁତ୍ବ ଦେଉଛୁ । ଏହାକୁ ଗୁରୁତ୍ବ ଦିଆଯିବା ଅନୁଚିତ ବୋଲି ଶରଦ ପାୱାର କହିଛନ୍ତି । ମହାରାଷ୍ଟ୍ର ଓ ମୁମ୍ବାଇର ଲୋକଙ୍କୁ ରାଜ୍ୟ ପୁଲିସର କାର୍ଯ୍ୟକଳାପ ସମ୍ପର୍କରେ ଢ଼େର ଅନୁଭବ ରହିଛି । ଲୋକମାନେ ପୁଲିସର କାମକୁ ଜାଣନ୍ତି, ତେଣୁ ଏହା ଉପରେ କିଏ କ’ଣ କହିଲା ସେଥିପ୍ରତି ଧ୍ୟାନ ଦେବା ଅନୁଚିତ । ମୋତେ ମଧ୍ୟ ବିଭିନ୍ନ ସମୟରେ ଧମକ ପୂର୍ଣ୍ଣ କଲ ଆସୁଛି । ମାତ୍ର ମୁଁ ଏହାକୁ ଗୁରୁତ୍ବ ଦେଉନାହିଁ ବୋଲି ଶ୍ରୀ ପାୱାର କହିଛନ୍ତି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories