ଦୁଇ ବର୍ଷରେ ଋଣ ଯୋଗାଣ ଦ୍ବିଗୁଣ ଟପିଲା

0

ଓଡ଼ିଶା ବାୟୋ-ସିଏନ୍‌ଜି ଉତ୍ପାଦନର ନେତୃତ୍ବ ନେଉ: ଧର୍ମେନ୍ଦ୍ର

ଭୁବନେଶ୍ୱର : ଓଡିଶାର ୧ କୋଟି ପରିବାର ମଧ୍ୟରୁ ୫୦ ଭାଗ ପରିବାର କୃଷି ଉପରେ ନିର୍ଭରଶୀଳ। ରାଜ୍ୟ ​‌େମ​‌ାଟ ଘରୋଇ ଉତ୍ପାଦ(ଜିଡିପି)ର ସିଂହଭାଗ କୃଷିରୁ ଆସୁଛି। ଓଡିଶାରେ ଗତ ୨ ବର୍ଷ ମଧ୍ୟରେ ନାବାର୍ଡର କାଯ୍ୟ ପ୍ରଶଂସନୀୟ। ନାବାର୍ଡର ଋଣ ​‌େଯ​‌ାଗାଣ ୮୦୪୬ କୋଟି ଟଙ୍କାରୁ ଏବେ ୧୭,୧୯୫ କୋଟିରେ ପହଞ୍ଚିଛି। ତେଣୁ ନୂଆ ଓଡିଶା ଗଠନ ସହ ଓଡିଶାକୁ ଅଗ୍ରଣୀ କୃଷି ରାଜ୍ୟରେ ପରିଣତ କରିବା କ୍ଷେତ୍ରରେ ନାବାର୍ଡ ନେତୃତ୍ୱ ନେଉ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଗରୁବାର ନାବାର୍ଡର ୩୭ ତମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନ କହିଲେ, ନାବାର୍ଡକୁ ୫୦ ବର୍ଷ ପୂରଣ ପାଇଁ ୧୩ ବର୍ଷ ବାକି ଅଛି। ସେହିଭଳି ଭାଷାଭିତ୍ତିକ ରାଜ୍ୟର ୧୦୦ ବର୍ଷ ପୂରଣ ପାଇଁ ଓଡିଶାକୁ ଆହୁରି ୧୮ ବର୍ଷ ବାକି ଅଛି। ଏହି ସମୟ ମଧ୍ୟରେ ନୂଆ ଓଡିଶା ପାଇଁ ନାବାର୍ଡ ନେତୃତ୍ୱ ନେବାର ସହ କାମ କରିବା ଦରକାର। ନାବାର୍ଡ ଏହି କାମ କଲେ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟ ତାଙ୍କର କାମ କରିବେ। ଗୋବର୍ଦ୍ଦନ ଯୋଜନାରେ ଚାଷୀ ରଖିଥିବା ବଳଦ, ଗାଇ, ମଇଁଷିର ଗୋବର ଓ ବଜ୍ୟବସ୍ତୁରୁ ବାୟୋଗ୍ୟାସ ବାହାରିବ। ଇଣ୍ଡିଆନ ଅଏଲ କର୍ପୋରେସନ ଓ ଅନ୍ୟାନ୍ୟ କମ୍ପାନୀ ମାଧ୍ୟମରେ ଏହାକୁ ବାୟୋ-ସିଏନଜିରେ ପରିବର୍ତ୍ତନ କରିବେ। ତେଣୁ ଅଧିକରୁ ଅଧିକ ବାୟୋ ସିଏନ୍‌ଜି ଉତ୍ପାଦନ ପାଇଁ ନାବାର୍ଡ ସହ ଓଡିଶାର ଏହାର ନେତୃତ୍ୱ ନେଉ। ଏହାଦ୍ୱାରା ଓଡିଶାର ଅର୍ଥନୀତିରେ ବିକାଶ ହୋଇପାରିବ ​‌େବ​‌ାଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଚାଷୀଙ୍କ ଆୟ ଦୁଇଗୁଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶୃତିବଦ୍ଧ। ଓଡିଶାରରୁ ଚାଇନାକୁ ଅଣବାସୁମତୀ ଚାଉଳ ଯିବ। ଏହି ସବୁ କ୍ଷେତ୍ରରେ ନାବାର୍ଡର ଭୂମିକା ଗୁରୁତ୍ୱପୂର୍ଣ ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ନାବାର୍ଡର ସ୍ବତନ୍ତ୍ର ପ୍ରକାଶନର ଉନ୍ମୋଚନ କରିଥିଲେ।
କାର୍ୟ୍ୟକ୍ରମରେ ନାବାର୍ଡ ସିଜିଏମ୍‌ କେ.ସି. ପାଣିଗ୍ରାହୀ ବିଗତ ଅନୁଷ୍ଠାନର ୩୬ ବର୍ଷର ଭୂମିକା ଏବଂ କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ା ଗତ ଦୁଇ ବର୍ଷରେ ନାବାର୍ଡର ଋଣ ଯୋଗାଣ ଦ୍ବିଗୁଣ ଟପି ୧୭,୧୯୫ କୋଟିରେ ପହଞ୍ଚିଥିବା କହିଥିଲେ। କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାବାର୍ଡର ଆଞ୍ଚଳିକ ନିର୍ଦେଶକ ମହେଶ କୁମାର ମଲ୍ଲ, ଏସ୍‌ବିଆଇ ସିଜିଏମ୍‌ ପ୍ରବୀଣା କାଲା ଏବଂ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ପି.ସି. ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply