www.samajalive.in
Monday, December 8, 2025
14.1 C
Bhubaneswar

ଗୋଁଡ ଓ୍ବାନା ଗୋଁଡ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ପାଟଣା: ଅଖିଳ ଭାରତୀୟ ଗୋଁଡ ଓ୍ବାନା ଗୋଁଡ ମହାସଭା ପକ୍ଷରୁ ଜିଲ୍ଲା ସଭାପତି ଜନାର୍ଦ୍ଦନ ନାୟକ ଏବଂ ମହାସଚିବ ହରେକୃଷ୍ଣ ନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୧ହଜାର ୧୫୫ଟଙ୍କା ଦାନ କରିଥିବା ଜଣାପଡିଛି। ଗୋଁଡ ଓ୍ବାନା ଗୋଁଡ ମହାସଭାର ଜିଲ୍ଲା କମିଟିର ଅନନ୍ୟ ସଦସ୍ୟ ଓ ସଦସ୍ୟା ଉପଦେଷ୍ଟା, ବ୍ଲକ ସ୍ତରୀୟ ସଭାପତି ଓ ସଚିବ ପ୍ରତ୍ୟେକ ପଲ୍ଲିର ସଭାପତି ଓ ସଚିବ ଏବଂ ଜିଲ୍ଲାରେ ଥିବା ମହାସଭା ର ସଦସ୍ୟ ସଦସ୍ୟା ଙ୍କ ଠାରୁ ସଂଗୃହିତ ଅର୍ଥ ଓଡ଼ିଆ ରେ କରୋନା ପଡିତ ଙ୍କ ଚିକିତ୍ସା ପାଇଁ ଆଇଏଏସ୍ ନିରଞ୍ଜନ ସାହୁ ଆରଡିସି ସମ୍ବଲପୁର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ସେହିପରି ଓଡ଼ିଶା ପ୍ରଦେଶ ଅଖିଳ ଭାରତୀୟ ଗୋଁଡ ଓ୍ବାନା ଗୋଁଡ ମହାସଭା ପକ୍ଷରୁ ଆରଡିସି ସମ୍ବଲପୁର ଙ୍କ ଜରିଆରେ ସମାନ ଉଦ୍ଦେଶ୍ୟ ନେଇ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories