www.samajalive.in
Monday, December 8, 2025
14.1 C
Bhubaneswar

୧୨ରୁ ଚାଲିବ ୪୦ ଯୋଡା ସ୍ୱତନ୍ତ୍ର ଟ୍ରେନ୍ : ରେଲୱେ ବୋର୍ଡ ଅଧ୍ୟକ୍ଷ

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୨ ତାରିଖରୁ ଦେଶରେ ୮୦ଟି ନୂଆ ଟ୍ରେନ୍ ଚଳାଚଳ କରିବ। ଶନିବାର ରେଲୱେ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଏହା କହିଛନ୍ତି। ତେବେ ଏଥିପାଇଁ ୧୦ ସେପ୍ଟେମ୍ବରରୁ ସଂରକ୍ଷଣ ଆରମ୍ଭ ହେବ। ଖୁବ ଶୀଘ୍ର ଟ୍ରେନ୍ ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ୮୦ଟି ନୂତନ ସ୍ୱତନ୍ତ୍ର ଟ୍ରେନ୍ ଅର୍ଥାତ ୪୦ ଯୋଡା ଟ୍ରେନ୍ ୧୨ ସେପ୍ଟେମ୍ବରରୁ ଆରମ୍ଭ ହେବ। ଏଥିପାଇଁ ୧୦ ସେପ୍ଟେମ୍ବରରୁ ସଂରକ୍ଷଣ ଆରମ୍ଭ ହେବ। ଏହି ଟ୍ରେନ୍ ଗୁଡିକ ପୂର୍ବରୁ ଚାଲୁଥିବା ୨୩୦ ଟ୍ରେନ ବ୍ୟତୀତ ଏହି ଅତିରିକ୍ତ ଟ୍ରେନ ଚଳାଚଳ କରିବ। ଶ୍ରୀ ଯାଦବ କହିଛନ୍ତି ଯେ ରେଳବାଇ ବର୍ତ୍ତମାନ ଚାଲୁଥିବା ସମସ୍ତ ଟ୍ରେନ୍ ଉପରେ ନଜର ରଖିବ ଏବଂ କେଉଁ ଟ୍ରେନ୍ ଗୁଡିକରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରତୀକ୍ଷା ତାଲିକା ଅଛି ତାହା ଖୋଜି ବାହାର କରିବ।

- Advertisement -

ରେଳବାଇ ବୋର୍ଡ ଅଧ୍ୟକ୍ଷ କହିଛନ୍ତି, ଯେ ଯେତେବେଳେ ମଧ୍ୟ ଏକ ସ୍ୱତନ୍ତ୍ର ଟ୍ରେନର ଆବଶ୍ୟକତା ଥାଏ, ଯେଉଁଠାରେ ପ୍ରତୀକ୍ଷା ତାଲିକା ଲମ୍ବା ଥାଏ, ଆମେ ମୂଳ ଟ୍ରେନ୍ ପରେ ସେହିଭଳି ସମାନ (କ୍ଲୋନ୍) ଟ୍ରେନ୍ ଚଳାଇବୁ ଯାହା ଦ୍ବାରା ଯାତ୍ରୀମାନେ ସେଠାକୁ ଯାତ୍ରା କରିପାରିବେ। ଯାଦବ ଏହା ମଧ୍ୟ କହିଛନ୍ତି ଯେ ପରୀକ୍ଷା କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ରାଜ୍ୟଗୁଡିକର ଅନୁରୋଧ କ୍ରମେ ରେଳ ଚଳାଚଳ କରିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories