www.samajalive.in
Monday, December 8, 2025
14.1 C
Bhubaneswar

କରୋନା କଟକଣା କୋହଳପରେ ସକ୍ରିୟ ଗଞ୍ଜେଇ ମାଫିଆ; ୫୦ କିଲୋ ଗଞ୍ଜେଇ ସହ ୨ ବାଇକ ଜବତ

ଫୁଲବାଣୀ: କରୋନା କଟକଣା ପାଇଁ ଜାରି ହୋଇଥିବା ଲକଡାଉନ୍‍ ଓ ସଟ୍‍ ଡ଼ାଉନ୍‍ ସହିତ ଜିଲାର ପ୍ରତ୍ୟେକ ପ୍ରବେଶପତରେ ନାକା ପୋଷ୍ଟଯୋଗୁଁ ଗତ ଦିନରେ କେବଳ ମାଲ୍‍ ବୋଝେଇ ଗାଡ଼ି ମାନଙ୍କରେ ହେଉ କିମ୍ବା ଆମ୍ବୁଲାନ୍ସ ଦ୍ୱାରା ଗଞ୍ଜେଇ ଚାଲାଣ ବେଳେ ଧରାପଡୁଥିବା ବେଳେ ବର୍ତ୍ତମାନ ଗତ ୫ ଦିନ ହେଲା ଜିଲାରେ ନାକାପୋଷ୍ଟ ଉଠିଯିବା ସହିତ ପୂର୍ବ ଅପେକ୍ଷା କଟକଣା କୋହଳ ହୋଇଯିବା ଯୋଗୁଁ ଏବେ ସମଗ୍ର ଜିଲାରେ ଗଞ୍ଜେଇ ମାଫିଆ ଓ ଚାଲାଣ କାରି ମାନେ ବେଶ୍‍ ସକ୍ରିୟ ହୋଇପଡ଼ିଛନ୍ତି।

ଗତ ୫ ଦିନ ମଧ୍ୟରେ ବାଲିଗୁଡ଼ା , ଗୋଛାପଡ଼ା ଓ ଫିରିଙ୍ଗିଆ ପୁଲିସ୍‍ ଲଗାତାର ଗଞ୍ଜେଇ ଜବତ କରିବା ସହିତ ଚାଲାଣ କାରି ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଶୁକ୍ରବାର ଫିରିଙ୍ଗିଆ ପୁଲିସ୍‍ ୫୦ କେଜି ଗଞ୍ଜେଇ ଜବତ କରିବା ସହିତ ୪ ଜଣକୁ ଗିରଫ କରିଥିବା ବେଳେ ଶନିବାର ପୁଣିଥରେ ୨ ଟି ବାଇକ୍‍ ସହିତ ୨ ଜଣ ଗଞ୍ଜେଇ ଚୋରା ଚାଲାଣ କାରିକୁ ଗିରଫ କରିବାରେ ସଫଳ ହୋଇଛି। ଦୁଇଟି ବାଇକରେ ଦୁଇଜଣ ୫୦ କେଜି ଗଞ୍ଜେଇ ଚାଲାଣ କରୁଥିା ବେଳେ କୌଣଷି ସୁତ୍ରରୁ ଖବରପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରା ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଫିରିଙ୍ଗିଆ ବ୍ଲକ ନୂଆପଦର ମନ୍ଦିରଛକ ନିକଟରେ ଗାଡ଼ି ଯାଞ୍ଚ କରିବା ବେଳେ ବାଇକ୍‍ ସହିତ ଗଞ୍ଜେଇଇ ଜବତ କରିଛି। ଗିରଫ ୨ ଜଣ ହେଲେ ଗୋଛାପଡା ଥାନା କିକିଜୋଡି ଗ୍ରାମର କେଶବ କହଁର ଓ ରଞ୍ଜିତ କହଁର ବୋଲି ପୁଲିସ୍‍ ପ୍ରକାଶ କରିଛି। ଏହି ମାମାଲାରେ ଫିରିଙ୍ଗିଆ ଥାନାରେ କେସ ନଂ ୭୪ା୨୦ରେ ଏକ ମାମାଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋଟଚାଲାଣ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories