www.samajalive.in
Sunday, December 7, 2025
26.1 C
Bhubaneswar

ଦୁନିଆର ସବୁଠାରୁ ମହଙ୍ଗା ସାପ

ସାପକୁ ଦେଖିବା ମାତ୍ରେ ଭୟଭୀତ ହେବା ସାଧାରଣ କଥା। ବିଷଧର ସାପକୁ ସହ ଜଡ଼ିତ ବହୁ କାହାଣୀ ମଧ୍ୟ ଶୁଣିବାକୁ ମିଳିଥାଏ। ମାତ୍ର ଆପଣ ଜାଣିଛନ୍ତି କି ଦୁନିଆରେ କିଛି ଏଭଳି ସାପ ମଧ୍ୟ ରହିଛନ୍ତି ଯାହାର ମୂଲ୍ୟ ହଜାର, ଲକ୍ଷ ନୁହେଁ ବରଂ କୋଟିଏ ଟଙ୍କା। ଏଭଳି ହିଁ ଗୋଟିଏ ସାପର ମୂଲ୍ୟରେ ଆପଣ ଦେଶର ଅନେକ ସ୍ଥାନରେ ଘର , ମହଙ୍ଗା ଗାଡ଼ି ମଧ୍ୟ କିଣିପାରିବେ। ଆଜ୍ଞା ହଁ ସାପଟିର ନାମ ହେଉଛି ଗ୍ରୀନ ଟ୍ରି ପାଇଥନ।
ଏହି ସାପ ଦୁନିଆର ସବୁଠାରୁ ମହଙ୍ଗା ସାପ ବୋଲି କୁହାଯାଏ। ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ସାପଟିର ରଙ୍ଗ ସମ୍ପୂର୍ଣ୍ଣ ସବୁଜ ରଙ୍ଗ।
ଦୁନିଆର ସବୁଠାରୁ ମହଙ୍ଗା ଜିନିଷ ଉପରେ ରିପୋର୍ଟ ଦେଉଥିବା ଏକ ନିଦ୍ଦିଷ୍ଟ ୱେବସାଇଟର ମତାନୁଯାୟୀ, ନୀଳ ରଙ୍ଗର ମଧ୍ୟ ଅଜଗର ସାପ ଅଛି। ଯାହା ଖୁବ ବିରଳ। ସାଧାରଣ ଭାବେ ଏହା ଖୁବ କମ ମଧ୍ୟ ଦେଖାଯାଆନ୍ତି। ଏହାସହ ଏହି ପ୍ରକାରର ସାପଙ୍କ ମୂଲ୍ୟ କୋଟିଏ ଟଙ୍କା କିମ୍ବା ଅଧିକ ମଧ୍ୟ ହୋଇଥାଏ।
ଅଜଗର ସାପଙ୍କର ଏହି ପ୍ରଜାତି ସବୁଠାରୁ ମହଙ୍ଗା। ଏହା ବିଶେଷ ଭାବେ ଇଣ୍ଡୋନେସିଆ ଦ୍ୱୀପ, ନ୍ୟୁ ଗିନି , ଅଷ୍ଟ୍ରେଲିଆରେ ଦେଖାଯାଆନ୍ତି। କିଛି ସାପ ପ୍ରେମୀ ଏହି ସାପ ଉପରେ ଗବେଷଣା ମଧ୍ୟ କରିଥାଆନ୍ତି। ସେମାନେ ଏହି ସାପ ବିଷୟରେ ଅଧିକ ତଥ୍ୟ ମଧ୍ୟ ଜାଣିଥାଆନ୍ତି।
ଗ୍ରୀନ ଟ୍ରି ପାଇଥନ ସାପଙ୍କ ଲମ୍ବ ପ୍ରାୟ ୨ମିଟର ହୋଇଥାଏ। ଏମାନଙ୍କ ଓଜନ ୧ କିଲୋ ୫୦୦ ଗ୍ରାମ ହୋଇଥାଏ। ଏହାସହ ମାଆ ଗ୍ରୀନ ଟ୍ରି ପାଇଥନଙ୍କ ଲମ୍ବ ଓ ଓଜନ ଅଧିକ ଥାଏ। ଏହି ବିଶେଷ ସାପର ପ୍ରଜାତି କିଛି ଦେଶର ଗଛରେ ମଧ୍ୟ ଦେଖାଯାଆନ୍ତି।
ଏହି ସାପମାନେ ବିଭିନ୍ନ କୀଟଙ୍କୁ ଭୋଜନ କରିଥାଆନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories