www.samajalive.in
Monday, December 15, 2025
24.1 C
Bhubaneswar

ଚୀନ୍‌କୁ ପୁଣି ଡିଜିଟାଲ ମାଡ଼, ୧୧୮ ଆପ୍‌ ନିଷିଦ୍ଧ

ନୂଆଦିଲ୍ଲୀ: ଭାରତରେ ଚାଲୁଥିବା ଚାଇନା ଆପ୍‌ ବିରୋଧରେ ଆଉ ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଏହି ଅନୁଯାୟୀ ଆଜି ସରକାର ପବ୍‌ଜି ସମେତ ୧୮୮ଟି ଚାଇନା ଆପ୍‌ ଉପରେ ନିଷେଦ୍ଧାଦେଶ ଲାଗୁ କରିଛନ୍ତି। ଚାଇନା ସହ ସୀମା ବିବାଦ ପୁଣି ଥ‌ରେ ତେଜିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ୬୯ଏ ଅଧୀନରେ ଏଭଳି ପଦହେକ୍ଷପ ଗ୍ରହଣ କରାଯାଇଥିବା କେନ୍ଦ୍ର ଇଲେକ୍‌ଟ୍ରେନିକ୍ସ ଆଣ୍ଡ୍‌ ଇନ୍‌ଫରମେଶନ ଟେକ୍ନୋଲାଜି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥିରେ ଲୋକପ୍ରିୟ ଚାଇନା ଗେମ୍‌ ଆପ୍‌ ପବ୍‌ଜି ସାମିଲ। ଏହି ଗେମ୍‌ ଏଭଳି କିଛି କାର୍ଯ୍ୟକଳାପ ସହ ଜଡିତ ଯାହା ଦେଶର ସାର୍ବଭୌମତ୍ବ, ଅଖଣ୍ଡତା, ପ୍ରତିରକ୍ଷା, ସୁରକ୍ଷା ଏବଂ ଜନଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରୁଥିଲା।

ପୂର୍ବରୁ ଏଭଳି ସୀମାରେ ତିକ୍ତତା ବଢ଼ିବା ଯୋଗୁ ସରକାର ଟିକ୍‌ଟକ୍‌, ହ୍ୟାଲୋ ଏବଂ ୟୁସି ବ୍ରାଉଜର ଭଳି ୫୯ ଚାଇନା ଆପ୍‌କୁ ଦେଶରେ ନିଷିଦ୍ଧ କରିଥିଲେ। ଆଜି ନିଷିଦ୍ଧ କରାଯାଇଥିବା ୧୧୮ ଆପ୍‌ ମଧ୍ୟରେ ପବ୍‌ଜି, ବାଇଡୁ, ଆପ୍‌ସ ଲଞ୍ଚର, ଗଭର୍ନମେଣ୍ଟ ୱିଚାର୍ଟ, ଚେସ୍‌ ରସ୍‌, ଆପ୍‌ ଲକ୍‌, ଲୁ​‌​‌ଡୋ ୱାଲ୍ଡ-ଲୁଡୋ ସୁପରଷ୍ଟାର, କ୍ଲିନର, ଫଟୋ ଗ୍ୟାଲେରୀ ଏଚ୍‌ଡି ଆଣ୍ଡ୍‌ ଏଡିଟର, ଆଲିପେ, ବାଇକ୍‌ ରେସିଂ: ମୋଟୋ ଟ୍ରାଫିକ୍‌ ରାଇଡର ବାଇକ୍‌ ରେସିଂ ଗେମ୍ସ, ଜେଡ୍‌ କ୍ୟାମେରା, ଫଟୋ ଏଡିଟର, ବ୍ୟୁଟି ସେଲ୍‌ଫି ଏବଂ କୋଲେଜ୍‌ ଆଦି ରହିଛି ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories