www.samajalive.in
Sunday, December 7, 2025
26.1 C
Bhubaneswar

ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‍ ପକ୍ଷରୁ ଗ୍ରାହକ ସେବା କେନ୍ଦ୍ର ଉଦ୍‍ଘାଟନ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାର ଙ୍କୁ ନେଇ ଗଠିତ ହୋଇଥିବା ଯୌଥ ଉଦ୍ୟୋଗ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‍ (ଟିପିସିଓଡିଏଲ୍‍) ପକ୍ଷରୁ ବୁଧବାର ଭୁବନେଶ୍ୱରର ପାୱାର ହାଉସ୍‍ ଛକ ଠାରେ ମାଷ୍ଟର କଷ୍ଟମର କେୟାର ସେଣ୍ଟରକୁ ଉଦଘାଟନ କରାଯାଇଛି। ଟିପିସିଓଡିଏଲ୍‍ର ବରିଷ୍ଠ କର୍ତୃପକ୍ଷ ଓ କର୍ମଚାରୀଙ୍କ ଉପସ୍ଥିତିରେ ଓଡ଼ିଶା ରାଜ୍ୟ ବିଦ୍ୟୁତ ନିୟାମକ କମିସନ (ଓଇଆରସି) ଅଧ୍ୟକ୍ଷ ଶ୍ରୀଯୁକ୍ତ ୟୁ ଏନ ବେହେରା ଏହି କଷ୍ଟମର କେୟାର ସେଣ୍ଟର (ଗ୍ରାହକ ସେବା କେନ୍ଦ୍ର)କୁ ଉଦଘାଟନ କରିଛନ୍ତି।

- Advertisement -

ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କରିବା ଏବଂ ଗ୍ରାହକ ସନ୍ତୁଷ୍ଟିକୁ ନିଶ୍ଚିତ କରିବା ଲକ୍ଷ୍ୟ ନେଇ ଟିପିସିଓଡିଏଲ୍‍ ପକ୍ଷରୁ ସ୍ଥାପନ କରାଯାଇଥିବା ଏହି ଗ୍ରାହକ ସେବା କେନ୍ଦ୍ରରେ ବିଲ ପେମେଣ୍ଟ, ନୂଆ ସଂଯୋଗ ପଞ୍ଜୀକରଣ, ବିଭିନ୍ନ ପ୍ରକାରର ପ୍ରଶ୍ନର ସମାଧାନ ଏବଂ ପରିଚାଳନା ଏବଂ ବ୍ୟାବସାୟିକ ସେବାକୁ ନେଇ ଅଭିଯୋଗଗୁଡ଼ିକର ପଂଜୀକରଣ କରିବା ଭଳି ସେବା ପ୍ରଦାନ କରିବ।

ଏହା ବ୍ୟତୀତ, ଗ୍ରାହକଙ୍କ ସୁବିଧା ଲାଗି ଏହି କେନ୍ଦ୍ର ଆଧୁନିକ ଉପକରଣରେ ପରିପୂର୍ଣ୍ଣ ରହିଛି ଯଥା କେନ୍ଦ୍ରରେ ଗ୍ରାହକମାନଙ୍କୁ ଠିକ୍‍ ଭାବେ ପରିଚାଳନା କରିବା ଲାଗି କ୍ୟୁ ମ୍ୟାନେଜମେଂଟ ସିଷ୍ଟମ (ଧାଡ଼ି ପରିଚାଳନା ବ୍ୟବସ୍ଥା), ନୂଆ ସଂଯୋଗ/ଡୁପ୍ଲିକେଟ ବିଲ୍‍/ଗ୍ରାହକ ବିଲିଂ ଇତିହାସ ଇ୍ୟାଦି ସମସ୍ତ ପ୍ରକାର ସୂଚନା ପାଇଁ ଇ-କିଓସ୍କ ରହିଛି।

ଏହି ଅବସରରେ ଶ୍ରୀଯୁକ୍ତ ଏମ୍‍ ସେନବାଗମ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‍ କହିଛନ୍ତି ଯେ, “ଏହି ଗ୍ରାହକ ସେବା କେନ୍ଦ୍ର ଆମ ଗ୍ରାହକମାନଙ୍କ ପାଇଁ ସମାଧାନର ଗୋଟିଏ ସ୍ଥୁଳ ଯେଉଁ(ଠାରେ ସେମାନେ ନିଜର ମାସିକ ବିଲ ଦେଇପାରିବେ, ସେମାନଙ୍କ ପ୍ରଶ୍ନ କିମ୍ବା ଅଭିଯୋଗ ଦାଖଲ କରିପାରିବେ ଏବଂ ନୂଆ ସଂଯୋଗ ପାଇଁ ମଧ୍ୟ ଆବେଦନ କରିପାରିବେ। ବିତରଣର ସମସ୍ତ ଅଞ୍ଚଳରେ ଉତ୍କୃଷ୍ଟ ସେବା ପ୍ରଦାନ କରିବା ଲାଗି ଏହି ଗ୍ରାହକ ସେବା କେନ୍ଦ୍ର ଉତମ ତାଲିମପ୍ରାପ୍ତ ଷ୍ଟାଫ୍‍ମାନଙ୍କ ଦ୍ୱାରା ପରିଚାଳିତ ହେବ। ଆମର ଗ୍ରାହକଙ୍କୁ ଉନ୍ନତ ଗ୍ରାହକ ଅନୁଭୂତି ପ୍ରଦାନ କରିବା ଲାଗି ଆମର ଲକ୍ଷ୍ୟ ରହିବ।
ଏହା ବ୍ୟତୀତ, କେନ୍ଦ୍ରରେ ଆମେ ପ୍ରଦାନ କରୁଥିବା ସେବାରେ ଆହୁରି ଉନ୍ନତି ଆଣିବା ଲାଗି ଗ୍ରାହକଙ୍କ ମତାମତ ସଂଗ୍ରହ କରିବା ପାଇଁ ଏକ ଫିଡ୍‍ବ୍ୟାକ୍‍ ଟ୍ୟାବ୍‍ କେନ୍ଦ୍ରରେ ସ୍ଥାପନ କରାଯାଇଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories