www.samajalive.in
Wednesday, December 10, 2025
16.1 C
Bhubaneswar

ଲଜ୍‍ରୁ ଗହଣା ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳ ଦକ୍ଷିଣକାଳୀ ରୋଡଠାରେ ଥିବା ହୋଟେଲ୍‍ ଶକୁନ୍ତଳାର ଏକ କୋଠରୀରୁ ଜଣେ ଯୁବ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିବାର ପକ୍ଷରୁ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି। ଉକ୍ତ ଯୁବକଙ୍କ ସହ ସେହି କୋଠରୀରେ ରହିଥିବା ଜଣେ ୧୮ ବର୍ଷର ଯୁବତୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି।

କଲିକତା ମେଦିନୀପୁର ଅଞ୍ଚଳର ବିଜୁ ମାଇତି (୩୨) ଭୁବନରେ ୧୦ ବର୍ଷ ହେବ ରହି ଗହଣା ବ୍ୟବସାୟ କରିଆସୁଥିଲେ। ସେ ବିବାହିତ ଥିଲେ। ସେ ମଙ୍ଗଳବାର ସନ୍ଧ୍ୟାରେ ଭୁବନ ଅଞ୍ଚଳର ଜଣେ ୧୮ ବର୍ଷର ଯୁବତୀଙ୍କ ସହ ନିଜ ବାଇକ୍‍ ଯୋଗେ ଆସି ଶକୁନ୍ତଳା ହୋଟେଲ ତୃତୀୟ ମହଲାର ୨୦୨ ନଂ. ରୁମରେ ଉଭୟ ସ୍ୱାମୀ ସ୍ତ୍ରୀ ପରିଚୟ ଦେଇ ରହିଥିଲେ। ବୁଧବାର ସକାଳୁ ସେହି କୋଠରୀରୁ ଗହଣା ବ୍ୟବସାୟୀ ବିଜୁ ମାଇତିଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ବ୍ୟବସାୟୀଙ୍କ ମୃତ ଦେହ ଖଟରେ ସନ୍ଦେହ ଜନକ ଅବସ୍ଥାରେ ପଡିଥିବାବେଳେ ଯୁବତୀଙ୍କ ଓଢଣୀ ଯୁବକଙ୍କ ବେକରେ ବନ୍ଧା ଯାଇଥିବାର ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ଯୁବତୀ ଜଣଙ୍କୁ ପଚରାଯିବାରୁ ଉଭୟେ ରାତିରେ ମଦ୍ୟପାନ କରି ଶୋଇପଡ଼ିଥିଲେ। ତେଣୁ ଘଟଣା ସମ୍ପର୍କରେ କିଛି ଜାଣିପାରିଲେ ନାହିଁ ବୋଲି ପୁଲିସ ଓ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଯୁବତୀ ଜଣକ ଯୁକ୍ତ ୨ ପାଶ୍‍ କରିଥିବାବେଳେ ସେ ମୃତକଙ୍କୁ ଧରମ ଭାଇ ବୋଲି ପରିଚୟ ଦେଇଛନ୍ତି। ସେ କଟକ ଯାଇ ସେଠାରୁ ଫେରୁଥିବାବେଳେ ଗାଡ଼ି ଚଳାଇବା ନେଇ ସମସ୍ୟା ଦେଖାଦେବାରୁ ସେମାନେ ଲଜରେ ରାତ୍ରି ଯାପନ କରିଥିଲେ। ଯୁବତୀ ଜଣକ ଏହାକୁ ଆତ୍ମହତ୍ୟା ଘଟଣା ବୋଲି ପ୍ରକାଶ କରିଛନ୍ତି। ଯୁବକଙ୍କର ଭାଇ ରାଜକୁମାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ସାନଭାଇ କଟକରୁ ୨ଶହ ଗ୍ରାମର ସୁନା ଗହଣା ଓ ଏକଲକ୍ଷ ଟଙ୍କା ସହ ଫେରିଥିଲେ। ଯୋଜନା ବଦ୍ଧ ଭାବେ ଟଙ୍କା ଓ ସୁନା ଲୁଟ୍‍ ପରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିବାସହ ହୋଟେଲ ରୁମରେ ସାନ ଭାଇ ସହ ରହିଥିବା ଯୁବତୀଙ୍କର ଏହି ହତ୍ୟାରେ ସମ୍ପୃକ୍ତି ଅଛି ବୋଲି ପ୍ରକାଶ କରିଛନ୍ତି। ଟାଉନ ଥାନା ଅଧିକାରୀ ନମିତା ନାୟକ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବାସହ ଯୁବତୀକୁ ଅଟକ ରଖି ପଚରାଉଚରା କରୁଛନ୍ତି ବୋଲି କହିଥିଲେ। ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଥାନା ଅଧିକାରୀ ନମିତା ନାୟକ ପ୍ରକାଶ କରିଛନ୍ତି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories