www.samajalive.in
Wednesday, December 10, 2025
23.1 C
Bhubaneswar

କୋଭିଡ୍‍ ଭୟରେ ଏମସିଏଚରେ ଭର୍ତ୍ତି କଲେନି ଡାକ୍ତରଖାନା କର୍ତ୍ତୃପକ୍ଷ; ରାସ୍ତାରେ ପ୍ରସବ କଲେ ଗର୍ଭବତୀ

ଫୁଲବାଣୀ : କୋଭିଡ୍‍ ଭୟରେ ଏମସିଏଚରେ ଗର୍ଭବତୀଙ୍କୁ ଭର୍ତ୍ତି କଲେନି ଡାକ୍ତରଖାନା କର୍ତ୍ତୃପକ୍ଷ। ପ୍ରଥମେ କୋଭିଡ୍‍ ପରୀକ୍ଷା କରି ଆସିବାକୁ କହିଲେ। ଗର୍ଭବତୀ ମହିଳା ଜଣକ କୋଭିଡ୍‍ ପରୀକ୍ଷା କରିବାକୁ ଆସୁଥିବାବେଳେ ରାସ୍ତା ଉପରେ ଏକ ଶିଶୁ ପୂତ୍ରକୁ ଜନ୍ମ ଦେଇଛନ୍ତି। ତେବେ ମହିଳାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍‍ ଆସିଥିବାରୁ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କୌଣସି ଡାକ୍ତର ଆସିନଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ପିଅନପଡା ଚିଦାନନ୍ଦ ସାହିର ରମେଶ ଚନ୍ଦ୍ର ବେହେରାଙ୍କ ପତ୍ନୀ ଆଜି ପ୍ରାୟ ୧୨.୩୦ରେ ପ୍ରସବ ଯନ୍ତ୍ରଣା ଯୋଗୁଁ ପ୍ରସବ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଏମସିଏଚକୁ ଆସିଥିଲେ। ସେଠାରେ ତାଙ୍କୁ କୋଭିଡ୍‍ ପରୀକ୍ଷା କରାଇ ଆସିବାକୁ କହିଥିଲେ। ପରିବାର ଲୋକେ କୋଭିଡ୍‍ ପରୀକ୍ଷା କେନ୍ଦ୍ରକୁ ଆଣି ପରୀକ୍ଷା କରାଇ ଆସୁଥିବା ବେଳେ ମଧ୍ୟାହ୍ନ ପ୍ରାୟ ୧ଟା ବେଳେ ରାସ୍ତାରେ ହିଁ ତାଙ୍କର ପ୍ରସବ ହୋଇ ଏକ ପୂତ୍ର ସନ୍ତାନ ଜନ୍ମ ହୋଇଥିଲା। ତେବେ ପ୍ରତିମାଙ୍କର କୋଭିଡ୍‍ ରିପୋର୍ଟ ପଜିଟିଭ୍‍ ଆସିଥିବାରୁ ତାଙ୍କୁ ଆଇସୋଲେସନ କେନ୍ଦ୍ରରେ ରଖାଯିବା ସହ ଜଣେ ନର୍ସ ଆସି ଶିଶୁର ନାଭି କାଟି ଚାଲି ଯାଇଥିଲେ। ଏହା ପରଠାରୁ ଆଉ କୌଣସି ଡାକ୍ତର ଆସି ଶିଶୁ ଓ ମା’ର ସ୍ୱାସ୍ଥ୍ୟ ଯାଂଚ କରିବାକୁ ଆସିଲେ ନାହିଁ। ପରିବାର ଲୋକେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା ସତ୍ୱେ ସନ୍ଧ୍ୟା ୭ ପର୍ଯ୍ୟନ୍ତ କୌଣସି ଡାକ୍ତର ନଆସିବାରୁ ଏ ସଂମ୍ପର୍କରେ ପରିବାର ଲୋକେ କୌଣସି ଉପାୟ ନପାଇ ବିଭିନ୍ନ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ପରେ ଗଣମାଧ୍ୟମ ପ୍ରତିନିଧି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରାଜଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ସଙ୍ଗେ ସଙ୍ଗେ ଆଇସୋଲେସନ ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ରୋଗୀଙ୍କୁ ଦେଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଡାକ୍ତର ଆସି ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଂଚ କରି ଚିକିତ୍ସା କରିଥିଲେ। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ଖୋଦ୍‍ ସଦର ମହକୁମାରେ ଏଭଳି ସ୍ଥିତି ହୋଇଥିବା ବେଳେ ଅନ୍ୟ ଗ୍ରାମାଞ୍ଚଳ ଓ ବ୍ଳକ ସ୍ତରରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ କିଭଳି ଭାବେ ବର୍ତ୍ତମାନ ସ୍ୱାସ୍ଥ୍ୟସେବା ଯେଗାଇ ଦିଆଯାଉଥିବ ତାହା ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories