www.samajalive.in
Sunday, December 7, 2025
18.1 C
Bhubaneswar

‘ସମାଜ ପ୍ରଭାବ’-ପ୍ଲାଷ୍ଟିକ ଖାଦ୍ୟ ନଳୀରେ ଭରସାରେ ୧୧ ବର୍ଷ, ସହାୟତା ପାଇଁ ପଂହଚିଲା ମେଡିକାଲ ଟିମ୍‍

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ କୋଡାଶିଙ୍ଗା ଗ୍ରାମର ଚକ୍ରଧର ବେହେରାଙ୍କ ପୁଅ ଆକାଶ ପ୍ଲାଷ୍ଟିକ ଖାଦ୍ୟ ନଳୀରେ ଜୀବନ କାଟୁଥିବା ଏକ ଅନୁସନ୍ଧାନ ମୂଳକ ଖବର ଗତ ୨୭ତାରିଖ ସମାଜରେ ପ୍ରକାଶ ପାଇଥିଲା।ସେଦିନ ଖବର ପଢି ଜିଲ୍ଲାର କଂଟାମାଳ ବ୍ଲକ ଘଂଟାପଡା ପଂଚାୟତ ରେଗଡୁଲ ଗ୍ରାମର ଶୀକ୍ଷିତ ଯୁବକ ସମ୍ରାଟ ସିଂ ଭୋଇ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ କରି ଜଣାଇଥିଲେ। ସି.ଏମ.ଓ ଅଫିସରୁ ସଙ୍ଗେ ସଙ୍ଗେ ତାଙ୍କ ଟ୍ବଟ୍‍ର ପ୍ରତିଉତ୍ତର ଯୁବକଙ୍କୁ ମିଳିଥିଲା। ସି.ଏମ.ଓ ଅଫିସରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଶିଶୁର ମାଗଣା ପରୀକ୍ଷା ଏବଂ ଚିକିତ୍ସା କରିବା ପାଇଁ କୁହାଯାଇଥିଲା। ଯଦି ଆବଶ୍ୟକ ପଡେ ତୁରନ୍ତ ତାକୁ କଟକ ଶିଶୁଭବନକୁ ପଠାଇ ତାର ମାଗଣା ଚିକିତ୍ସା ନିର୍ଦ୍ଦେଶ ଦେବା ସହିତ ଡାକ୍ତର ଦୀପକ କୁମାର ବିଶୋଇଙ୍କ ସହିତ ଯୋଗାଯୋଗ କରିବାକୁ କୁହାଯାଇଥିଲା। ଚଳିତ ବନ୍ୟାରେ କୋଡାଶିଙ୍ଗା ଗ୍ରାମଟି ବନ୍ୟାପାଣି ଘେରରେ ଦୀର୍ଘ ଆଠ ଦିନ ହେଲା ରହିଥିଲା। ବୁଧବାର ବନ୍ୟାପାଣି ଛାଡିବା ମାତ୍ରେ ବୌଦ୍ଧ ସି.ଡି.ଏମ.ଓ ତ୍ରୀଲୋଚନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଆଜି ସ୍ୱାସ୍ଥ୍ୟବିଭାଗ ବ୍ଲକ ପ୍ରୋଗାମ ଅଫିସର ଅରୁଣ କୁମାର ପାଢୀ କୋଡାଶିଙ୍ଗା ପଂହଚି ଆକାଶଙ୍କ ପରିବାରକୁ ଭେଟିଥିବା ଜଣାପଡିଛି। ଆକାଶକୁ ନେଇ ବୌଦ୍ଧ ପଂହଚିବା ପାଇଁ ସ୍ୱସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆକାଶର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ବୌଦ୍ଧ ସି.ଡି.ଏମ.ଓ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଅନ୍ୟପଟେ ସମାଜର ପ୍ରୟାସ ସାଙ୍ଗକୁ ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କ ପରୋପକାରୀ ମନୋଭାବକୁ ପରିବାର ଲୋକେ ସାଧୁବାଦ ଜଣାଇଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories