ଶନିବାର ରାଶିଫଳ (ନଭେମ୍ବର ୧୮)

ମେଷ: ଜୀବମାନଙ୍କ ପ୍ରତି ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ଗୃହପାଳିତ ପଶୁପାଳନ ପ୍ରତି ଆଗ୍ରହୀ ଓ ସ୍ନେହାସ୍ପଦ ହୋଇପାରନ୍ତି। ନୀତିନିଷ୍ଠ ହେବେ। ସ୍ପଷ୍ଟ ବକ୍ତା ହୋଇପାରନ୍ତି। ପଶୁମାନଙ୍କ ଦୟାରୁ ଧନଲାଭ ହେବ।
ବୃଷ: ସଦାସର୍ବଦା ସହାସ୍ୟ ସୁଖ ହୋଇପାରନ୍ତି। ପ୍ରେମିକ ହୋଇପାରନ୍ତି। ଚତୁସ୍ପଦ ସ୍ନେହୀ ହେବେ। ଚତୁର ପଣିଆ ଯୋଗୁଁ ଆକସ୍ମିକ ବିପଦରୁ ରକ୍ଷା ପାଇପାରନ୍ତି। ପୂର୍ବାହ୍ଣରେ ସତର୍କତାର ସହ ଚଳିବାକୁ ପଡ଼ିବ।
ମିଥୁନ: ପତ୍ନୀ ରୂପଶ୍ରୀ ଓ ଧନଯୁକ୍ତା ହେବେ। ସୁବୃତ୍ତ, ଗୁଣୀ ଓ ଦୈନନ୍ଦିନ ନୂତନ ବେଶଧାରୀ ହୋଇପାରନ୍ତି। ବିନୟୀ ଭାବାପନ୍ନ ହେବେ। ପରୋପକାର ଓ ସମାଜସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି।
କର୍କଟ: ଜଣେ ଉତ୍ତମ ଗୃହୀ ହେବେ। ପ୍ରତି ନୂତନ କାର୍ଯ୍ୟ କରିବାରେ ଆତୁରତା ପ୍ରକାଶ କରିପାରନ୍ତି। ବ୍ରାହ୍ମଣ, ରାଜା ଓ ମହାଜନଙ୍କ ସହିତ ଶତ୍ରୁତା ଲାଗି ରହେ। ଭ୍ରାତୃଭାବର ନିବିଡ଼ତା ଆପଣଙ୍କ ରକ୍ଷାକର୍ତ୍ତା ଅଟନ୍ତି।
ସିଂହ: ପୁତ୍ର ଯଶସ୍ବୀ ହେବେ। କାର୍ଯ୍ୟ କ୍ଷେତ୍ରରେ ଓ କଳା ବିଦ୍ୟାରେ ଆଦର୍ଶ ସ୍ଥାନୀୟ ହେବେ। ଦେଶବିଦେଶ ଭ୍ରମଣଜନିତ ସୁଖ ମିଳିପାରେ। କ୍ଷୁଧାତୁର ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସମସ୍ତଙ୍କ ପ୍ରିୟ ହେବେ।
କନ୍ୟା: ପତ୍ନୀ ହେତୁକ ସୁଖ ଭୋଗ କରିପାରନ୍ତି। ରାଜସେବାରୁ ନିବୃତ୍ତ ହେବେ ନାହିଁ। ଫଳରେ ଅନ୍ନପାନ ଊଣା ହେବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଉଦ୍ୟମ ଫଳଦାୟକ ହେବ। ସେବା କ୍ଷେତ୍ରରୁ ଧନାଗମ ହୋଇପାରେ।
ତୁଳା: କୁକର୍ମ ପରିତ୍ୟାଗ କରି ସୁକର୍ମର ଆଶ୍ରୟ ନେବେ। କୁମିତ୍ରଙ୍କଠାରୁ କୌଶଳରେ ଓହରି ଆସି ସାଧୁସନ୍ଥଙ୍କ ଶରଣାପନ୍ନ ହେବେ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ଆଶା ଫଳବତୀ ହୋଇପାରେ।
ବିଛା: ବହୁ ପ୍ରକାର ବ୍ୟବସାୟ କରି ନିଜର ନିଷ୍ଠା ଓ ଚେଷ୍ଟା ବଳରେ ଧନ ପ୍ରାପ୍ତ କରିବେ। ମାଟି, ପଥର, କପଡ଼ା ବ୍ୟବସାୟ ଲାଭଦାୟକ ହେବ। ନୀତିନିଷ୍ଠ ଓ ପରୋପକାରୀ ଭାବେ ସାମାଜିକ ସ୍ତରରେ ପ୍ରିୟ ହେବେ।
ଧନୁ: ଧ୍ୟାନକ୍ରିୟାଯୁକ୍ତ ହୋଇପାରନ୍ତି। ଧାର୍ମିକ ପ୍ରବର ହେବେ। ଯଶସ୍ବୀ ହେବେ। ବ୍ରତ ତତ୍ପରତାଯୁକ୍ତ ହେବେ। ଯୁଦ୍ଧାଦିରେ ଅଶ୍ବ, ହସ୍ତୀ ଆଦିର ଚାଳକ ହୋଇପାରନ୍ତି। ବକ୍ତା ହୋଇପାରନ୍ତି। କାର୍ଯ୍ୟଶୈଳୀ ଶୃଙ୍ଖଳିତ ହେବ।
ମକର: ସ୍ବକୂଳ ରହିତ ହୋଇପାରନ୍ତି। ମଦ୍ୟ ପାନକୁ ବର୍ଜନ କରି ଧର୍ମ କାର୍ଯ୍ୟରେ ଯୋଗ ଦେଇପାରନ୍ତି। କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ। ତେଜସ୍ବୀ ହେବେ।
କୁମ୍ଭ: ସ୍ବକର୍ମରୁ ଲାଭବାନ୍‌ ହେବେ। ନ୍ୟାୟ ଧର୍ମରୁ ପ୍ରତିଷ୍ଠା ଲାଭ କରିବେ। ପରାକ୍ରମରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଦ୍ୟା ପ୍ରଭାବରୁ ଧନାଗମ ହେବ। ସାଧୁ ସଙ୍ଗରୁ ମଧ୍ୟ ଧନ, ମାନ, ଯଶ ସବୁକିଛି ମିଳିବ।
ମୀନ: ବେଳେବେଳେ ପ୍ରବଞ୍ଚକ ହୋଇପାରନ୍ତି। ନ୍ୟାୟ, ଧର୍ମ ପ୍ରତି ଭୟ ଓ ଲୟ ରଖି ମତ ପରିବର୍ତ୍ତନ କରନ୍ତି। ସ୍ବକର୍ମରେ ପାରଦର୍ଶିତା ପ୍ରତିପାଦନ କରିବେ। ପ୍ରଶଂସାର ପାତ୍ର ହେବେ। ସମସ୍ତଙ୍କ ପ୍ରିୟପାତ୍ର ହେବେ।

Comments are closed.