www.samajalive.in
Saturday, December 6, 2025
15.1 C
Bhubaneswar

୪୨ ବର୍ଷ ପରେ ଚିହ୍ନଟ ହେଲା ପୁରୁଣା ପ୍ରଜାତିର ଝିଟିପିଟି

ଅଷ୍ଟ୍ରେଲିଆରେ ଏକ ସାପ ପରି ଝିଟିପିଟି ପୁନଃ ଆବିଷ୍କୃତ ହୋଇଛି, ଯାହା ୪୨ ବର୍ଷ ପୂର୍ବେ ଶେଷ ଥର ଦେଖାଯାଇଥିଲା। କୁଇନ୍ସଲ୍ୟାଣ୍ଡ ସଂଗ୍ରହାଳୟର ଅନୁସନ୍ଧାନକାରୀ ଏବଂ ଜେମ୍ସ କୁକ୍ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏହି ବିରଳ ଝିଟିପିଟିକୁ ଆବିଷ୍କାର କରି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

କେଉଁଠି ମିଳିଲା ଏହି ଝିଟିପିଟି?
ବିଶେଷଜ୍ଞଙ୍କ ତଥ୍ୟ ଅନୁଯାୟୀ, ଅଷ୍ଟ୍ରେଲିଆର କେର୍ନସ୍ ସହରଠାରୁ ପ୍ରାୟ ୩୦୦ କିଲୋମିଟର ଦକ୍ଷିଣରେ ଥିବା ମାଉଣ୍ଟ ସରପ୍ରାଇଜ୍ ନିକଟରେ ୫ ବର୍ଗ କିଲୋମିଟର କ୍ଷେତରେ ଥିବା ଲ୍ୟୋନ୍‌ ଗ୍ରାସଲ୍ୟାଣ୍ଡରେ ଏହି ଝିଟିପିଟି ଦେଖିବାକୁ ମିଳିଛି। ଏହା ବ୍ୟତୀତ ଅନ୍ୟ ଦୁଇଟି ବିରଳ ଝିଟିପିଟି ମଧ୍ୟ ମିଳିଛି। କୁଇନ୍ସଲ୍ୟାଣ୍ଡ ସଂଗ୍ରହାଳୟରେ କାର୍ଯ୍ୟରତ ଡଃ ଆଣ୍ଡ୍ରିୟୁ ଆମି କହିଛନ୍ତି, ‘ଏହି ଝିଟିପିଟି ଖୋଜିବା କଷ୍ଟକର ଏବଂ କ୍ୱଚିତ୍ ଦେଖାଯାଏ। ଏହା ଲେରିଷ୍ଟା ପ୍ରଜାତିର ଅଟେ, ଯାହା କେବଳ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳେ। ଗ୍ରାସଲ୍ୟାଣ୍ଡରେ ନିୟମିତ ନିଆଁ ଲାଗିବା, ଆକ୍ରମଣକାରୀ ପଶୁଙ୍କ କାରଣରୁ ଏହି ଝିଟିପିଟିଙ୍କ ସଂଖ୍ୟା କମୁଥିବା ବିଶେଷଜ୍ଞଦଳଙ୍କ ଅନୁମାନ। ଏହି ଝିଟିପିଟିର ବୈଜ୍ଞାନିକ ନାମ ହେଉଛି ଅଷ୍ଟ୍ରୋବାଲଫେରସ୍ ବାରିଲିଓନି, ଯାହାର ଲମ୍ବ ମାତ୍ର ୫ ସେମି। କମଳା ଲାଞ୍ଜ ଥିବା ଏହି ଝିଟିପିଟି ଘାସରେ କୀଟପତଙ୍ଗ ଶିକାର କରି ମାଟିରେ ଥିବା ଖାଲରେ ରୁହନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories