ସହାୟତା କରିଥିଲା ଏହି ଭାରତୀୟ ସଂସ୍ଥା

0

ପୁନେ: ଥାଇଲ୍ୟାଣ୍ଡରେ ଏକ ଗୁମ୍ଫାରେ ଅଟକି ରହିଥିବା ଫୁôଟବଲ୍‍ ଟିମ୍‍ର ୧୨ ଖେଳାଳିଙ୍କ ସହିତ କୋଚ୍‍ଙ୍କୁ ୧୭ ଦିନ ପରେ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଉତ୍ତରକୋରିଆ ସମେତ ଆମେରିକା, ଚୀନ, ଅଷ୍ଟ୍ରେଲିଆ, ୟୁକେ ଆଦି ରାଷ୍ଟ୍ରର ବିଶେଷଜ୍ଞ ସଂସ୍ଥା ସହାୟତାର ହାତ ବଢ଼ାଇଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ଭାରତର ଏକ ପ୍ରମୁଖ କମ୍ପାନୀର କର୍ମଚାରୀମାନେ ମଧ୍ୟ ଯେ ପ୍ରମୁଖ ଭୂମିକା ତୁଲାଇଥିଲେ ତାହା ଏବେ ଜଣାପଡ଼ିଛି।
ପ୍ରବଳ ବର୍ଷା ଯୋଗୁଁ ଗୁମ୍ଫା ଭିତର ଜଳାର୍ଣ୍ଣବ ହୋଇଯାଇଥିଲା। ତେଣୁ ଉଦ୍ଧାରକାରୀ ଦଳ ଗୁମ୍ଫା ଭିତରକୁ ପଶି ପାରୁ ନ ଥିଲେ। ଭିତରେ ରହିଥିବା ଖେଳାଳି ଓ କୋଚ୍‍ ପହଁରା ଜାଣି ନ ଥିଲେ। ଏହି ପରିସ୍ଥିତିରେ ଗୁମ୍ଫା ଭିତରୁ ପାଣି ବାହାର କରିବା ଜରୁରୀ ହୋଇପଡ଼ିଥିଲା। କିନ୍ତୁ କମ୍‍ ସମୟ ମଧ୍ୟରେ ଏତେ ପରିମାଣର ପାଣି ନିଷ୍କାସନ କରିବା ଉଦ୍ଧାରକାରୀ ଟିମ୍‍ ଆଗରେ ମୁଖ୍ୟ ଆହ୍ୱାନ ଥିଲା। ଏହି ଆହ୍ୱାନକୁ ଗ୍ରହଣ କରିଥିଲା କିର୍ଲୋସ୍କର କମ୍ପାନୀ। କମ୍ପାନୀର ପୁନ୍ନେ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ଏକ ଟିମ୍‍କୁ ଥାଇଲ୍ୟାଣ୍ଡ ପଠାଯାଇଥିଲା। ଜୁଲାଇ ୫ ତାରିଖରେ ଟିମ୍‍ ପହଞ୍ଚି ଗୁମ୍ଫା ଭିତରୁ ଜଳ ନିଷ୍କାସନ କରିବା ସହିତ ଆବଶ୍ୟକ ବୈଷୟିକ ପରାମର୍ଶ ଦେଇଥିଲା। ଜରୁରିକାଳୀନ ସ୍ଥିତିରେ ବ୍ୟବହାର କରିବା ପାଇଁ ୪ଟି ଉଚ୍ଚଶକ୍ତି ସମ୍ପନ୍ନ ପମ୍ପକୁ ମହାରାଷ୍ଟ୍ରସ୍ଥିତ କିର୍ଲୋସ୍କରବାଡ଼ିରେ ସଜାଗ ରଖାଯାଇଥିଲା।

Leave A Reply