www.samajalive.in
Monday, December 15, 2025
27.1 C
Bhubaneswar

ଦାଉଦର ସହଯୋଗୀ ଫାରୁକ୍‌ ଟକ୍‌ଲା ଗିରଫ

ନୂଆଦିଲ୍ଲୀ : ଅଣ୍ଡର ୱାର୍ଲଡ ଡନ୍‌ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ମୁସ୍ତାକ ମହମ୍ମଦ ଫାରୁକ ଓରଫ୍‌ ଫାରୁକ୍‌ ଟକ୍‌ଲାକୁ ସିବିଆଇ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ଗିରଫ କରିଛି। ଫାରୁକ୍‌ ଟକ୍‌ଲା ଦୁବାଇରୁ ଆସି ଦିଲ୍ଲୀରେ ପହଞ୍ଚିବା ପରେ ତାକୁ ଗିରଫ କରାଯାଇଛି ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ତାକୁ ମୁମ୍ବାଇ ନିଆଯାଉଛି। ୧୯୯୩ ମୁମ୍ବଇ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ସଂପୃକ୍ତି ଅଭିଯୋଗରେ ତାକୁ ଅଧିକୃତ ନ୍ୟାୟାଳୟରେ ହାଜର କରାଯିବ। ୧୯୯୩ ମୁମ୍ବଇ ସିରିଏଲ ବୋମା ବିସ୍ଫୋରଣରେ ୨୫୭ ଜଣଙ୍କର ମୃତ୍ୟୁ ଘଟିଥିଲା। ୧୯୯୫ରେ ଟକ୍‌ଲା ବିରୁଦ୍ଧରେ ରେଡ୍‌ କର୍ଣ୍ଣର ନୋଟିସ ଜାରି କରାଯାଇଥିଲା। ଆତଙ୍କବାଦୀ କାର୍ଯ୍ୟକଳାପ, ଅପହରଣ ଓ ହତ୍ୟା ଅଭିଯୋଗରେ ତାକୁ ପୁଲିସ ଖୋଜୁଥିଲା।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories