www.samajalive.in
Monday, December 15, 2025
27.1 C
Bhubaneswar

ଏମ୍ସର ନିଖୋଜ ଛାତ୍ରଙ୍କୁ ଖୋଜିବା ପାଇଁ କମିଶନରେଟ୍‌ ପୁଲିସର ଦିଲ୍ଲୀ ଯାତ୍ରା

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସର ଦ୍ୱିତୀୟ ବର୍ଷର ନିଖୋଜ ଜମ୍ମୁକାଶ୍ମୀର ଛାତ୍ର ସୋହେଲ୍‌ ଏଜାଜ୍‌ଙ୍କୁ ଖୋଜିବା ପାଇଁ କମିଶନରେଟ୍‌ ପୁଲିସ୍‌ର ଏକ ତିନି ଜଣିଆ ଦଳ ଦିଲ୍ଲୀ ଯାତ୍ରା କରିଛି । ଗୁରୁଗ୍ରାମରେ ନିଖୋଜ ସୋହଲଙ୍କୁ ଜଣେ ସୁରକ୍ଷାକର୍ମୀ ଦେଖିଥିବା ନେଇ ଗଣମାଧ୍ୟମର ଖବର ପ୍ରକାଶ ପାଇଥିଲା । ଏହାପରେ ସୋହଲଙ୍କ ପିତାଙ୍କ ଠାରୁ ସୂଚନା ପାଇ କମିସନରେଟ ପୁଲିସ  ଦିଲ୍ଲୀ ଯାଇଛି। ଦିଲ୍ଲୀରେ ଜଣେ  ସଂପର୍କୀୟଙ୍କ ଘରେ ସୋହେଲ ଥିବା ସୂଚନା ପାଇ ପୁଲିସ  ଦିଲ୍ଲୀ ଯାଇଛି। ଗତ ଫେବୃଆରୀ ୯ତାରିଖ ଠାରୁ ସୋହେଲ୍‌ ନିଖୋଜ ଅଛନ୍ତି । ସେହିଦିନ ଠାରୁ ସେ ତାଙ୍କ ପରିବାର କିମ୍ବା କୌଣସି ବନ୍ଧୁଙ୍କ ସହ ଯୋଗାଯୋଗ କରିନାହାନ୍ତି ।

ପୂର୍ବରୁ  ସୋହେଲ୍‌ଙ୍କୁ ଖୋଜିବା ଲାଗି କମିଶନରେଟ୍‌ ପୁଲିସ୍‌ର ଏକ ୩ ଜଣିଆ ଟିମ୍‌  କଲକାତା ଯାଇଥିଲା। ଗତ ୧୦ ତାରିଖ ଭୋର୍‌ ୫ଟା ବେଳେ ସୋହେଲ୍‌ଙ୍କ ମୋବାଇଲ୍‌ ଫୋନ୍‌ ହାୱଡା ଷ୍ଟେସନ୍‌ ନିକଟରେ ସୁଇଚ୍‌ଅଫ୍‌ ହୋଇଥିଲା। ତା’ପରଠାରୁ ତାଙ୍କ ମୋବାଇଲ୍‌ ଫୋନ୍‌ ଆଉ ଖୋଲିନାହିଁ।

- Advertisement -

ସୋହେଲ୍‌ଙ୍କର ଘର ଜମ୍ମୁକାଶ୍ମୀରର କୁପୱାରା ଜିଲାର ମାସାରୀ ଚୌକିବାଲା। ଏଜାଜ୍‌ଙ୍କର ୬ ସନ୍ତାନଙ୍କ ମଧ୍ୟରୁ ସୋହେଲ୍‌ ତୃତୀୟ। ସୋହେଲ୍‌ଙ୍କର ୩ ଭଉଣୀ ଅଛନ୍ତି। ସେହି ଅଞ୍ଚଳର ପ୍ରଥମ ଛାତ୍ର ଭାବେ ସୋହେଲ୍‌ ଏମ୍ସ ଭଳି ଅନୁଷ୍ଠାନରେ ଡାକ୍ତରୀ ପଢ଼ିବାର ସୁଯୋଗ ପାଇଥିଲେ।

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories