www.samajalive.in
Tuesday, December 9, 2025
15.1 C
Bhubaneswar

କରୋନା ଭୟ ; ଗର୍ଭବତୀଙ୍କୁ ଡାକ୍ତରଖାନା ମନା, ମେଡିକାଲ ବାରଣ୍ଡାରେ ମହିଳାଙ୍କ ପ୍ରସବ

ଫୁଲବାଣୀ : ରାଜ୍ୟରେ କରୋନା କଟକଣା ଯୋଗୁଁ ଡାକ୍ତରଖାନା ଗୁଡ଼ିକରେ ଅନ୍ୟ ଗୁରୁତର ରୋଗୀମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଯେପରି କୌଣସି ଅବହେଳା ନହୁଏ ସେଥିପାଇଁ ରାଜ୍ୟ ସରକାର ବିଭାଗୀୟ ଅଧିକାରୀ ଓ ଡାକ୍ତରଖାନାର ଅଧିକାରୀମାନଙ୍କୁ  ସଜାଗ ରହିବାକୁ ତୁହାକୁ ତୁହା ନିର୍ଦ୍ଦେଶ ଦେଉଛନ୍ତି। ତେବେ କୋଭିଡ୍‍ କଟକଣା ଆଳରେ କିଛି ସ୍ଥାନରେ ଚିକିତ୍ସା ପୂର୍ବରୁ କରୋନା ପରୀକ୍ଷା ରିପୋର୍ଟ ଆଣିବାକୁ କୁହାଯାଉଛି। ଯାହାଫଳରେ ଗୁରୁତର ରୋଗୀଙ୍କର ଅବସ୍ଥା ଅଧିକ ଗୁରୁତର ହେଉଛି କେଉଁଠି ଗୁରୁତର ରୋଗୀଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଏଭଳି ଏକ ଅଭିଯୋଗ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ। କରୋନା ପରୀକ୍ଷା ରିପୋର୍ଟ ନଥିବା କାରଣରୁ ଜଣେ କରୋନା ଭୟରେ ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇନଥିଲା। ମହିଳାଜଣକ ଗୁରୁତର ଅବସ୍ଥାରେ ଡାକ୍ତରଖାନା ବାରଣ୍ଡାରେ ପ୍ରସବ କରିଛନ୍ତି। ତେବେ ପ୍ରସବ ପରେ ମଧ୍ୟ ଚିିକିତ୍ସା ଅବହେଳାରୁ ନବଜାତ ଶିଶୁଟିର ମୃତ୍ୟ ଘଟିଛି। ଶିଶୁଟିର ମୃତ୍ୟୁ ଘଟିଥିବା ବେଳେ ପ୍ରସବ ପରେ ମହିଳାଜଣଙ୍କର ଅବସ୍ଥା ଗୁରତର ହେବାରୁ ଡାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ।

ପ୍ରକାଶ ଯେ, ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଂଚାୟତ ପାଡାନକେତା ଗ୍ରାମର ଆଶିଷ ପ୍ରଧାନଙ୍କ ପତ୍ନୀ ଯସ୍ମୀନ ପ୍ରଧାନ ଆଜି ପ୍ରସବ ପାଇଁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ତେବେ ଗର୍ଭବତୀ ଥିବା ମହିଳାଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିବା ପରେ ହିଁ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ବୋଲି ଡାକ୍ତରଖାନା ତରଫରୁ କୁହାଯାଇଥିଲା। ଯାହାଫଳରେ ସେହି ସମୟରେ ମହିଳାଙ୍କର ଡାକ୍ତରଖାନା ବାରଣ୍ଡାରେ ପ୍ରସବ ଯନ୍ତ୍ରଣା ହେବାରୁ ମହିଳାଜଣକ ଡାକ୍ତରଖାନା ବାରଣ୍ଡାରେ ପ୍ରସବ କରିଥିଲେ। କିନ୍ତୁ ସେହି ସମୟରେ ମଧ୍ୟ ଡାକ୍ତରଖାନାର କୌଣସି କର୍ମଚାରୀ ତାଙ୍କ ନିକଟକୁ ଆସିନଥିଲେ। ଗୁରୁତର ଅବସ୍ଥାରେ ଡାକ୍ତରଖାନା ବାରଣ୍ଡାରେ ଏକ ଶିଶୁ ପୁତ୍ର ପ୍ରସବ କରିଥିବା ବେଳେ ଚିକିତ୍ସା ଅବହେଳାରୁ ପ୍ରସବର କିଛି ସମୟପରେ ସେହି ଠାରେ ହିଁ ନବଜାତ ଆଖି ବୁଜିଦେଇଥିଲା।

- Advertisement -

ଅନ୍ୟପକ୍ଷରେ ପ୍ରସବପରେ ମହିଳାଜଣଙ୍କର ଅବସ୍ଥା ଗୁରୁତର ହେବାରୁ ପରବର୍ତୀ ସମୟରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଦିଆଯାଇଥିଲା। ଆଶିଷଙ୍କ ପରିବାର ଲୋକେ ଚିକିତ୍ସା ଅବହେଳାରୁ ତାଙ୍କର ନବଜାତ ଶିଶୁଟିର ମୃତ୍ୟ ଘଟିଛି ବୋଲି ଅଭିଯୋଗ ଆଣିଥିବାବେଳେ ଏନେଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଜୟପାଲ ସେନାପତିଙ୍କୁ ଫୋନ ଯୋଗେ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିବା ବେଳେ କୌଣସି ଉତ୍ତର ମିଳିନଥିଲା। ଏପରିକି ଏନେଇ ଡାକ୍ତରଖାନା ତରଫରୁ ମଧ୍ୟ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ଅନ୍ୟପକ୍ଷରେ କରୋନା କଟକଣା ନାଁ ରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୁପକ୍ଷଙ୍କ ଏଭଳି ଅବହେଳା ଓ ଅମାନବିକତା ଯୋଗୁଁ ଏକ ଜଣେ ନବଜାତ ଶିଶୁପୁତ୍ରର ଜୀବନ ଚାଲିଗଲା ବୋଲି ଦାରିଙ୍ଗବାଡ଼ି ଅଂଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories