ରାଇକିଆ: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ଆୟୋଜିତ ଆନ୍ତଃ କଲେଜ ଭଲିବଲ୍ ଚାମ୍ପିଅନଶିପରେ ବିଜୟୀ ହୋଇଥିବା ରାଇକିଆ ଜୀବନଜ୍ୟୋତି ମହାବିଦ୍ୟାଳୟ ଟିମକୁ ରାଇକିଆଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କଲେଜ ଅଧ୍ୟକ୍ଷ ପ୍ରଭାକର ରାଜୁଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରୀମାନେ ଶୁଭେଚ୍ଛା ଜଣାଇବା ସହ ଶୋଭାଯାତ୍ରାରେ ରାଇକିଆ ସହର ପରିକ୍ରମା କରିଥିଲେ। ପୁରୁଷୋତ୍ତମପୁର ତାରାତାରିଣୀ କଲେଜଠାରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ୫୩ତମ ଆନ୍ତ କଲେଜ ଭଳିବଲ୍ ଟୁର୍ଣ୍ଣାମେଣ୍ଟରେ ଫାଇନାଲ ମ୍ୟାଚରେ ରାଇକିଆ ଟିମ୍ ଗୁରାଣ୍ଡି କଲେଜକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା। ୨୪ ବର୍ଷ ପରେ ଜୀବନଜ୍ୟୋତି ମହାବିଦ୍ୟାଳୟ ଏହି ସଫଳତାର ପୁନରାବୃତ୍ତି କରିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।
Popular Categories



