www.samajalive.in
Sunday, December 14, 2025
23.1 C
Bhubaneswar

‘ଜିରୋ’ରେ କ୍ୟାଟ୍ରିନାଙ୍କ ହିରୋ ଶାହାରୁଖ୍ ନୁହେଁ, ଅନ୍ୟ କେହି ! ଜାଣନ୍ତୁ ସେ କିଏ

ଆନନ୍ଦ ଏଲ. ରାଏ ନିର୍ଦେଶିତ ରୋମାଣ୍ଟିକ୍-ଡ୍ରାମା ଚଳଚ୍ଚିତ୍ର ‘ଜିରୋ’ରେ ମୁଖ୍ୟ ଭୂମିକାରେ ଶାହରୁଖ୍, କ୍ୟାଟ୍ରିନା କେଫ୍ ଓ ଅନୁଷ୍କା ଶର୍ମା ଅିଭନୟ କରୁଛନ୍ତି। ସମୀକ୍ଷକ ତଥା ପ୍ରଶଂସକ ମହଲରେ ଏହି ଚଳଚ୍ଚିତ୍ରକୁ ନେଇ ଜୋର୍ ଚର୍ଚ୍ଚା। ଅଧିକାଂଶଙ୍କ ଧାରଣା ଥିଲା ଯେ ଶାହରୁଖଙ୍କ ବିପକ୍ଷରେ କ୍ୟାଟ୍ରିନା ପରଦା ଉପରେ ଦେଖାଦେବେ।

ତେବେ ୟୁନିଟ୍ ସଦସ୍ୟଙ୍କ କହିବାନୁସାରେ କାହାଣୀରେ କ୍ୟାଟ୍ରିନା-ଶାହରୁଖ୍ ନୁହେଁ, ବରଂ କ୍ୟାଟ୍ରିନା-ଅଭୟ ଦେଓଲଙ୍କୁ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ଶାହରୁଖ୍ ଏଥିରେ ବାମନ ଭୂମିକାରେ ଦେଖାଦେବେ। ମୁମ୍ବଇ ଷ୍ଟୁଡିଓରେ ଏହାର ସୁଟିଂ କାମ ଆଗେଇଚାଲିଛି। ଏକ ସାକ୍ଷାତକାରରେ କ୍ୟାଟ୍ରିନାଙ୍କୁ ଯେତେବେଳେ ଏହି ଚଳଚ୍ଚିତ୍ର ସମ୍ପର୍କରେ ପଚରାଗଲା, ତାଙ୍କ ଉତ୍ତର ଥିଲା ଅପେକ୍ଷା କରନ୍ତୁ। ଚଳଚ୍ଚିତ୍ର ମୁକ୍ତିଲାଭ ପରେ ହିଁ ସବୁ ରହସ୍ୟ ଜଣାପଡ଼ିବ।

- Advertisement -

ମିଳିଥିବା ଖବର ଅନୁସାରେ ଏଥିରେ ଅତିଥି କଳାକାର ଭୂମିକାରେ ସଲମାନ୍ ଖାନ୍, କାଜଲ, ଆଲିୟା ଭଟ୍ଟ, ଦୀପିକା ପାଦୁକୋନ୍, ରାଣୀ ମୁଖାର୍ଜୀ, କରିସ୍ମା କପୁର, ଜୁହି ଚାୱଲା ଦେଖାଦେବେ। ସ୍ବର୍ଗୀୟା ଅଭିନେତ୍ରୀ ଶ୍ରୀଦେବୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଭୂମିକାରେ ଅଭିନୟ କରିଥିବାର ପ୍ରକାଶ। ଚଳିତ ବର୍ଷ ଦୀପାବଳିରେ ‘ଜିରୋ’ ମୁକ୍ତିଲାଭ ହେବାର ଯୋଜନା ରହିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories