www.samajalive.in
Tuesday, December 9, 2025
15.1 C
Bhubaneswar

ଶ୍ରୀଲଙ୍କା କହିଲା ଆମ ପାଇଁ ’ପ୍ରଥମେ ଭାରତ’: ଚୀନକୁ ହବନଟୋଟା ବନ୍ଦର ଦିଆଯିବା ଥିଲା ଭୁଲ ନିଷ୍ପତ୍ତି

ଭାରତ ସହ ସମ୍ପର୍କକୁ ଅଧିକ ଦୃଢ଼ କରିବାକୁ ଉଦ୍ୟମ ଆରମ୍ଭ କରିଛି ଶ୍ରୀଲଙ୍କା । ବିଦେଶ ସଚିବ ଜୟନାଥ କୋଲବେଜ କହିଛନ୍ତି ଯେ ଶ୍ରୀଲଙ୍କା ଏକ ନିର୍ଦିଷ୍ଟ ବିଦେଶନୀତିକୁ ନେଇ ଆଗକୁ ବଢ଼ିବାକୁ ଚାହୁଁଛି ଏବଂ ରାଜନୈତିକ ଓ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆମ ପାଇଁ ପ୍ରଥମ, ଅର୍ଥାତ୍ ‘ଇଣ୍ଡିଆ ଫାଷ୍ଟ’ ।
ଶ୍ରୀଲଙ୍କାର ଏକ ଟିଭି ଚ୍ୟାନେଲ ସହ ଆଲୋଚନା କାଳରେ କୋଲମ୍ବେଜ କହିଛନ୍ତି ଯେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଭାରତ ପ୍ରତି ବିଶେଷ ଅନୁରାଗ ପୋଷଣ କରିଛନ୍ତି । ଭାରତର ପ୍ରତିରକ୍ଷା ନିମନ୍ତେ ଆମେ କେବେହେଲେ ବିପଦ ହେବୁନାହିଁ କିମ୍ବା ହେବା ପାଇଁ ଚାହିଁବୁ ନାହିଁ । ଭାରତଠାରୁ ଆମକୁ ଲାଭାନ୍ବିତ ହେବାର ଅଛି । ରାଷ୍ଟ୍ରପତି ରାଜପ​‌କ୍ଷେ ଭାରତ ଆମ ପାଇଁ ପ୍ରଥମ ପ୍ରାଥମିକତା, ମାତ୍ର ଦେଶର ଆର୍ଥିକ ସମୃଦ୍ଧି ଦୃଷ୍ଟିକୁ ଅନ୍ୟମାନଙ୍କ ସହ ଆମ ଦେଶ ଭଲ ସମ୍ପର୍କ ରଖିବାକୁ ମଧ୍ୟ ପ୍ରୟାସ କରିବ । ଏହି ଅବସରରେ ସେ ଦେଶର ବୈଦେଶିକ ନୀତି ସମ୍ପର୍କରେ କହିବା ସହ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରକୁ ୯୯ ବର୍ଷ ପାଇଁ ଚୀନକୁ ଲିଜ୍ ଦେବା ଏକ ଭୁଲ ନି​‌ଷ୍ପତ୍ତି ବୋଲି କୋଲମ୍ବେଜ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଭାରତର ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ନିକଟରେ ଶ୍ରୀଲଙ୍କା ବିଦେଶ ମନ୍ତ୍ରୀ ଦୀନେଶ ଗୁଣବର୍ଧନେଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ରାଜପକ୍ଷେ ସରକାର ଭାରତ ତୁଳନାରେ ଚୀନ ପ୍ରତି ଅଧିକ ନିକଟତର ହୋଇଥିଲା, ଯାହା ଫଳରେ ଶ୍ରୀଲଙ୍କା-ଭାରତ ସମ୍ପର୍କ କିଛି ପରିମାଣରେ ପ୍ରଭାବିତ ହୋଇଥିଲା । ଭାରତ- ଶ୍ରୀଲଙ୍କା ମଧ୍ୟରେ କଣ୍ଟେନର ଟର୍ମିନାଲ ପ୍ରସଙ୍ଗ ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ଯେଉଁ ପ୍ରକଳ୍ପକୁ ସ୍ଥାନୀୟ ଲୋକମାନେ ବିରୋଧ କରୁଛନ୍ତି । ଶ୍ରୀଲଙ୍କା ଏହି ପ୍ରସଙ୍ଗରେ ଭାରତର ସ୍ବାର୍ଥ ରକ୍ଷାରେ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ମାତ୍ର ଏହା ଉପରେ କୌଣସି ଔପଚାରିକ ଘୋଷଣା ହୋଇନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories