www.samajalive.in
Sunday, December 7, 2025
14.1 C
Bhubaneswar

ରାସ୍ତା ପାଇଁ ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ , ଚାଲିଗଲା ନବଜାତକର ଜୀବନ

ଯାଜପୁର : ରାସ୍ତା ପାଇଁ ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ ଚାଲିଗଲା ନବଜାତକର ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଯାଜପୁର ଜିଲା ବରୀ ବ୍ଲକ ଜୋରକୂଳ ଗାଁ ଦଳିତ ସାହିରେ ଘଟିଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ, ଜୋରକୂଳ ଗାଁର ପ୍ରଶାନ୍ତ ମଲ୍ଲିକଙ୍କ ସ୍ତ୍ରୀ ରୀନା ମଲିକଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ହସ୍ପିଟାଲ ଅଣାଯିବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା । ହେଲେ ଗାଁକୁ ରାସ୍ତା ନଥିବାରୁ ଅଧା ବାଟରେ ଆମ୍ବୁଲାନ୍ସଟି ଅଟକି ଯାଇଥିଲା। ଯାହାଫଳରେ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ଯାଏଁ ନିଆଯାଇଥିଲା । ଯାହା ଫଳରେ ଅଧାବାଟରେ ପ୍ରସବ ହୋଇଯାଇଥିଲା। ହେଲେ କିଛି ସମୟ ପରେ ନବଜାତକର ମୃତ୍ୟୁ ହୋଇଯାଇଥିଲା। ତେବେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ବରୀ-ରାମଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ଗାଁକୁ ସ୍ଥାୟୀ ରାସ୍ତା ତିଆରି କରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories