www.samajalive.in
Sunday, December 7, 2025
23.1 C
Bhubaneswar

ଆଠଗଡର ବିଦ୍ୟୁତ୍‍ ସେବା ବିପର୍ଯ୍ୟସ୍ତ, ସୁଧୁରିବ କେବେ? – ଜନତାଙ୍କ ପ୍ରଶ୍ନ

ଆଠଗଡ : ଆଠଗଡରେ ସାମାନ୍ୟ ବର୍ଷା ଓ ଘଡଘଡି ହେଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‍ କାଟ ଏବଂ ବିନା ବର୍ଷା ଘଡଘଡିରେ ପ୍ରତିଦିନ ଘନ ଘନ ବିଦ୍ୟୁତ୍‍ କାଟ ଆଠଗଡବାସୀଙ୍କୁ ଅତିଷ୍ଟ କରିଦେଉଛି। ଆଠଗଡକୁ ନୂଆପାଟଣା ଗ୍ରୀଡ୍‍ରୁ ପ୍ରାୟ ୨୨କିମି ବାଟ ଦେଇ ଆସିଥିବା ୩୩କେଭି ଲାଇନ ବିଦ୍ୟୁତ ଯୋଗାଣ ପାଇଁ ଏକମାତ୍ର ବିକଳ୍ପ। ସେହି ଲାଇନରେ ପ୍ରତିମାସରେ ଅତି କମରେ ୭ଦିନ ବିଭ୍ରାଟ ଦେଖାଦେବା ଫଳରେ ଘଣ୍ଟା ଘଣ୍ଟା ଧରି ଲୋକେ ବିଦ୍ୟୁତ୍‍ ସେବାରୁ ବଞ୍ଚିତ ହୋଇ ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି। ଗତ ଶନିବାର ଗଣେଶ ପୂଜା ଦିନ ସନ୍ଧ୍ୟା ୫.୩୦ରେ ଘଡଘଡି ସହ ବର୍ଷା ହେବା ଫଳରେ ୧୨ଘଣ୍ଟା ଧରି ବିଦ୍ୟୁତ୍‍ ସରୋବରାହ ବନ୍ଦ ରହିଥିବାରୁ ଲୋକମାନେ ଅତିଷ୍ଟ ହୋଇପଡ଼ିଥିଲେ। ସେସୁ କୁ ଟାଟା ପାୱାର ନେବା ଦିନଠାରୁ ପ୍ରତିଦିନ ବିନା କାରଣରେ ୨୦ରୁ ଅଧିକ ଥର ବିଦ୍ୟୁତ୍‍ କାଟ୍ ଲାଗି ରହୁଛି। ଏଠାରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ ଆଠଗଡ ମୁଖ୍ୟ ଦପ୍ତରରେ ରହୁନଥିବାବେଳେ କଟକରୁ ସପ୍ତାହକୁ ମାତ୍ର ୨-୩ଦିନ ଆସୁଥିବା ଅଭିଯୋଗ ହେଉଛି। ଯଦି ବିଭାଗର ମୁଖିଆ ନିଜ କର୍ତ୍ତବ୍ୟରେ ଅବହେଳା କରିବେ ତେବେ ତଳତଳିଆ ଯନ୍ତ୍ରୀ ଓ କର୍ମଚାରୀଙ୍କ କାର୍ଯ୍ୟକୁ କୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।

ଶନିବାର ବିଦ୍ୟୁତ୍‍ କାଟ୍ ହେବାର ୨ ଘଣ୍ଟା ପରେ କ୍ଷେତ୍ର କର୍ମଚାରୀ କେଉଁଠି ଘଡଘଡି ଦ୍ୱାରା ଶଙ୍ଖ (ଇନସୁଲେଟର) ଫାଟିଛି ତାକୁ ଖୋଜିବା ପାଇଁ ୧୦କିମି ଅଞ୍ଚଳ ରାତିସାରା ବୁଲିଥିଲେ ମଧ୍ୟ ତୃଟି ପାଇପାରିନଥିଲେ। ଶେଷରେ ଭୋର ୪ଟାରେ ଶଙ୍ଖ (ଇନସୁଲେଟର) ଫାଟିଥିବା ଖୁଣ୍ଟ ଠାବ କଲାପରେ ମରାମତି ହୋଇଥିଲା। ଗତ ୩୦ବର୍ଷ ଧରି ଏଠାରେ ଜନପ୍ରତିନିଧି ଭାବେ ଲଗାଦାର ୭ଥର ଜନସମର୍ଥନ ପାଇ ବିଜୟୀ ହୋଇଥିବା ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଆଠଗଡବାସୀଙ୍କର ବିଦ୍ୟୁତ ସମସ୍ୟା ଜନିତ ଅକଥନୀୟ ଦୁର୍ଦଶାକୁ ଅନୁଭବ କରିପାରୁନଥିବାରୁ ଏଠାରେ ତ୍ରୀବ ଅସନ୍ତୋଷ ପ୍ରକାଶ ପାଉଛି। ଖୁବ୍‍ଶୀଘ୍ର ଆଠଗଡକୁ ଖୁଣ୍ଟୁଣୀରେ ସ୍ଥାପିତ ଏକ ନୂତନ ଗ୍ରୀଡରୁ ବିଦ୍ୟୁତ୍‍ ଯୋଗାଣ ହେବ ବୋଲି ଗତ ୫ବର୍ଷ ଧରି ବିଧାୟକ ଶ୍ରୀ ସ୍ୱାଇଁ ପ୍ରତିଶୃତି ଦେଇଆସୁଥିଲେ ମଧ୍ୟ ତାଙ୍କ ପ୍ରତିଶୃତି ପାଣିର ଗାର ସଦୃଶ ହୋଇଛି। ଆଠଗଡ ଭଳି କଟକ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳିରେ ଦୀର୍ଘ ଦିନର ଏହି ବିଦ୍ୟୁତ୍‍ ଯୋଗାଣ ସମସ୍ୟା କେବେ ଦୂର ହେବ ତାକୁହିଁ ଅଞ୍ଚଳ ବାସୀ ଅପେକ୍ଷା କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories