କେବେ ଆସିବ କରୋନା ଟୀକା ‘‘କୋଭିସିଲ୍ଡ଼’’; ସ୍ପଷ୍ଟ କଲା ପ୍ରସ୍ତୁତକାରୀ ସଂସ୍ଥା ସିରମ ଇନଷ୍ଟିଚ୍ୟୁଟ୍
ନୂଆଦିଲ୍ଲୀ: ଦେଶରେ ୭୩ ଦିନ ମଧ୍ୟରେ କରୋନା ଟୀକା ‘‘କୋଭିସିଲ୍ଡ଼’’ ମିଳିଯିବ ବୋଲି ଚର୍ଚା ହେଉଛି । ଏହାକୁ ନେଇ ଲୋକମାନେ ଆଶାବାଦୀ ହୋଇ ପଡ଼ିଛନ୍ତି । ଏହି ପରିସ୍ଥିତିରେ କୋଭିସିଲ୍ଡ଼ର ପ୍ରସ୍ତୁତକର୍ତା ପୁନେର ସିରମ ଇନଷ୍ଟିଚ୍ୟୁଟ୍ ବଡ଼ ବୟାନ ଦେଇଛି । ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ସରକାର କେବଳ ଭବିଷ୍ୟତରେ ବ୍ୟବହାର ହେବା ନିମନ୍ତେ ଟୀକା ଉତ୍ପାଦନ ଓ ଗଚ୍ଛିତ ରକିବାକୁ ଅନୁମତି ଦେଇଛନ୍ତି । କୋଭିସିଲ୍ଡ଼ କେବେ ବଜାରରେ ମିଳିବ ତାହା ସବୁ ପରୀକ୍ଷଣ ଶେଷ ପରି କୁହାଯାଇ ପାରିବ । ପରୀକ୍ଷଣ ଶେଷ ହେବା ପରେ ସଫଳତା ଆଧାରରେ ଦେଶର ନିୟନ୍ତ୍ରକ ଏ ସମ୍ପର୍କରେ ଅନୁମତି ଦେବା ପରେ ତାହା ବଜାରରେ ଉପଲବ୍ଧ ହୋଇ ପାରିବ ବୋଲି ସିରମ ପକ୍ଷରୁ କୁହାଯାଇଛି ।
We would like to clarify that the current media claim on COVISHIELD’s availability in 73 days is misleading.
Phase-3 trials are still underway. We will officially confirm it’s availability.
Read clarification statement here – https://t.co/FvgClzcnHr#SII #COVID19 #LatestNews pic.twitter.com/mQWrqgbzO4
— SerumInstituteIndia (@SerumInstIndia) August 23, 2020
କିଛି ଗଣମାଧ୍ୟମରେ ଆସନ୍ତା ୭୩ ଦିନ ମଧ୍ୟରେ କରୋନା ଟୀକା କୋଭିସିଲ୍ଡ଼ ବଜାରରେ ଉପଲବ୍ଧ ହେବ ବୋଲି ପ୍ରକାଶ ପାଇଛି । ମାତ୍ର କମ୍ପାନୀ ପକ୍ଷରୁ ଏହାକୁ ଗୁଜବ ବୋଲି କୁହାଯାଇଛି। ମାତ୍ର ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ଯାଇ ଟୀକା ବଜାରକୁ ଛଡ଼ାଯିବ ବୋଲି କମ୍ପାନୀର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି କମ୍ପାନୀ ପକ୍ଷରୁ ଟ୍ବିଟ୍ କରାଯାଇ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ବର୍ତମାନ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲୁ ରହିଛି, ଏହା ଶେଷ ପରେ ଯାଇ କିଛି କୁହାଯାଇ ପାରିବ ବୋଲି କମ୍ପାନୀ କହିଛି ।
Comments are closed.