ଆମେରିକା ପ୍ରଫେସରଙ୍କ ଭବିଷ୍ୟବାଣୀ: ଟ୍ରମ୍ପ ହାରିବେ
ୱାଶିଂଟନ୍ : ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ନେଇ ୨୦୧୬ରେ ଭବିଷ୍ୟବାଣୀ କରିଥିବା ଆେମରିକାନ୍ ୟୁନିଭର୍ସିଟି ଇତିହାସ ପ୍ରଫେସର ଆଲେନ ଲିଚମ୍ୟାନ୍ ଏବେ ତାଙ୍କର ସମ୍ଭାବ୍ୟ ପରାଜୟ ସମ୍ପର୍କରେ ସୂଚନା ଦେଇଛନ୍ତି। ନିର୍ବାଚନରେ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବିଡେନ ବିଜୟୀ ହେବେ ବୋଲି ସେ କହିଛନ୍ତି। ପୂର୍ବରୁ ସେ ରୋନାଲ୍ଡ ରେଗନଙ୍କ ବିଜୟ ସମ୍ପର୍କରେ ମଧ୍ୟ ଭବିଷ୍ୟବାଣୀ କରିଥିଲେ। ସେ ମୋଟ ୪୦ଟି ନିର୍ବାଚନ ସମ୍ପର୍କରେ ଭବିଷ୍ୟବାଣୀ କରିଛନ୍ତି ଯାହା ସତ ହୋଇଛି। ସେଥିପାଇଁ ତାଙ୍କୁ ‘ଆମେରିକା ନିର୍ବାଚନରରେନାଷ୍ଟ୍ରାଡାମ୍ସ’ ବୋଲି କୁହାଯାଏ। ଲିଚମ୍ୟାନ୍ ‘୧୩ କିଜ୍ (ଚାବି) ଟୁ ହ୍ବାଇଟ ହାଉସ୍’ ବିଶ୍ଳେଷଣ ଆଧାରେ ଭବିଷ୍ୟବାଣୀ କରିଛନ୍ତି। ଏହି ୧୩ ଚାବି ବିଭିନ୍ନ ସାମ୍ପ୍ରତିକ ପ୍ରସଙ୍ଗ ଉପରେ ଆଧାରିତ।
Comments are closed.