www.samajalive.in
Sunday, December 7, 2025
23.1 C
Bhubaneswar

ୟୁଏଇରେ ପହଞ୍ଚିଲା ଧୋନିଙ୍କ ଚେନ୍ନଇ ସୁପର କିଙ୍ଗ୍‍ସ

ଚେନ୍ନଇ : ଆଇପିଏଲ୍‍ ଖେଳିବା ପାଇଁ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ପହଞ୍ଚିଛି ୩ ଥର ଏହି ଟାଇଟଲ ଜିତିଥିବା ଚେନ୍ନଇ ସୁପର କିଙ୍ଗ୍‍ସ। ଗତ ସ୍ୱାଧୀନତା ଦିବସରେ ଆନ୍ତର୍ଜାତିକ କ୍ରିକେଟ୍‍ରୁ ଅବସର ଘୋଷଣା କରିଥିବା ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ସିଏସ୍‍କେର ସଫଳ ବ୍ୟାଟ୍‍ସମ୍ୟାନ୍‍ ସୁରେଶ ରୈନା ମଧ୍ୟ ୟୁଏଇ ଯାଇଛନ୍ତି। ଚେନ୍ନଇରୁ ଏକ ଚାର୍ଟର୍ଡ ବିମାନରେ ସିଏସ୍‍କେର ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫ୍‍ ଓ ଅଧିକାରୀମାନେ ୟୁଏଇ ଯାଇଛନ୍ତି।

ସିଏସ୍‍କେ ତା’ର ଟ୍ୱିଟର ପୃଷ୍ଠାରେ ଦଳର ପ୍ରମୁଖ ଖେଳାଳି ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଡ଼େଜା, ସୁରେଶ ରୈନା ଏବଂ ବୋଲିଂ ପରାମର୍ଶଦାତା ଲକ୍ଷ୍ମୀପତି ବାଲାଜୀ ବିମାନ ବନ୍ଦର ଅଭିମୁଖେ ଯିବା ପାଇଁ ବସ୍‍ରେ ଚଢ଼ିବା ପୂର୍ବରୁ ସେମାନଙ୍କ ଫଟୋ ଛାଡ଼ିଛି। ଅଗଷ୍ଟ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ଚିଦମ୍ବରମ୍‍ ଷ୍ଟାଡିୟମ୍‍ରେ ଚେନ୍ନଇ ସୁପର କିଙ୍ଗ୍‍ସର ଅଭ୍ୟାସ ଶିବିର ଚାଲିଥିଲା। ବ୍ୟକ୍ତିଗତ କାରଣରୁ ଏହି ଶିବିରରେ ଦୁଇ ସ୍ପିନର ରବୀନ୍ଦ୍ର ଜାଡ଼େଜା ଓ ହରଭଜନ ସିଂହ ଏବଂ ପେସ୍‍ ବୋଲର ସାର୍ଦ୍ଦୁଳ ଠାକୁର ଯୋଗ ଦେଇ ପାରିନଥିଲେ। ପିତାଙ୍କ ଅସୁସ୍ଥତା ଯୋଗୁଁ ଘରେ ରହି ଯାଇଥିବା ହରଭଜନ ୮/୧୦ ଦିନ ପରେ ୟୁଏଇରେ ପହଞ୍ଚିବେ ବୋଲି ଦଳ ସୂତ୍ରରୁ ପ୍ରକାଶ। ଚେନ୍ନଇ ଦଳରେ ଥିବା ଦକ୍ଷିଣ ଆଫ୍ରିକାର ଦୁଇ ଖେଳାଳି ଫାଫ୍‍ ଡୁ ପ୍ଲେସି ଓ ଲୁଙ୍ଗି ଏନ୍‍ଗିଡ଼ି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ୟୁଏଇରେ ପହଞ୍ଚିବେ। ଏଣେ କ୍ୟାରିବିୟାନ୍‍ ପ୍ରିମିୟର ଲିଗ୍‍ (ସିପିଏଲ୍‍) ଖେଳୁଥିବା ଇମ୍ରାନ୍‍ ତାହିର, ଡ୍ୱେନ୍‍ ବ୍ରାଭୋ ଓ ମିଚେଲ ସାଣ୍ଟ୍‍ନର ଉକ୍ତ ଟୁର୍ଣ୍ଣାମେଣ୍ଟ ସରିବା ପରେ ୟୁଏଇ ଆସି ଚେନ୍ନଇ ଦଳ ସହ ଯୋଗଦେବେ। ସେପ୍ଟେମ୍ବର ୧୯ରୁ ୟୁଏଇର ୩ଟି ସହରରେ ଆଇପିଏଲ୍‍ ଖେଳାଯିବ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories