www.samajalive.in
Tuesday, December 9, 2025
26.1 C
Bhubaneswar

୫ ଟଙ୍କାରେ ସୁନା: ଆମାଜନ ଆରମ୍ଭ କଲା ‘ଗୋଲ୍ଡ଼ ଭଲ୍ଟ’

ନୂଆଦିଲ୍ଲୀ: ସୁନା ଦର ଆକାଶଛୁଆଁ ହେଲାଣି । ୧୦ ଗ୍ରାମ ମୂଲ୍ୟ ପାଖାପାଖି ୫୫ ହଜାର । ମାତ୍ର ଜଣେ ଗ୍ରାହକ ଚାହିଁଲେ ୫ ଟଙ୍କାରେ ବି ସୁନା କିଣି ପାରିବେ । ଅନେକ ହୁଏତ ଏହାକୁ ଅବିଶ୍ବାସ କରିପାରନ୍ତି । ୫ ଟଙ୍କାରେ ଯେଉଁଠି ଚା’ କପେ ମିଳିବା ମୁସ୍କିଲ, ସେଠି ୫ ଟଙ୍କାରେ ସୁନା ମିଳିବ ? ମାତ୍ର ଏହା ସତ । ସବୁଠାରୁ ବନ ଇ-କମର୍ସ କମ୍ପାନୀ ଆମାଜନ ଇଣ୍ଡିଆ ପକ୍ଷରୁ ‘ଆମାଜନ ପେ’ ନିଜ ବ୍ୟବହାରକାରୀଙ୍କ ପାଇଁ ଏପରି ସେବା ଆରମ୍ଭ କରିଛି । ଆମାଜନ ଗ୍ରାହକ ଘରେ ବସି ୫ ଟଙ୍କାରେ ବି ସୁନା କିଣି ପାରିବେ । ଏହି ଯୋଜନାର ନାଁ ଦିଆଯାଇଛି ‘ଗୋଲ୍ଡ଼ ଭଲ୍ଟ’ ।

କ’ଣ ଏହି ଗୋଲ୍ଡ଼ ଭଲ୍ଟ

- Advertisement -

ଇ-କମର୍ସ କମ୍ପାନୀ ଆମାଜନ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନାକୁ କୁହାଯାଉଛି ‘ଗୋଲ୍ଡ଼ ଭଲ୍ଟ’ । ଏହି ଯୋଜନାରେ ଗ୍ରାହକ ଡ଼ିଜିଟାଲ ଗୋଲ୍ଡ଼ କିଣି ପାରିବ । ଅବଶ୍ୟ ଆମାଜନ ଏପରି ସୁନା ବିକ୍ରି ଯୋଜନା ଆରମ୍ଭ କରିବାରେ ପ୍ରଥମ କମ୍ପାନୀ ନୁହେଁ, ପୂର୍ବରୁ ଫୋନ ପେ, ପେଟିଏମ୍, ମୋବିକ୍ବିକ୍ ଓ ଗୁଗୁଲ ପେ ପରି କିଛି ଅନଲାଇନ ପେମେଣ୍ଟ କମ୍ପାନୀ ନିଜ ୟୁଜର୍ସ (ଗ୍ରାହକ)ଙ୍କୁ ଅନୁରୂପ ସୁବିଧା ଯୋଗାି ଦେଇଛି । ଏବେ ଆମାଜନ ପେ ସହ ସେହି କମ୍ପାନୀଗୁଡ଼ିକର କଡ଼ା ମୁକାବିଲା ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଗୋଲ୍ଡ଼ ଭଲ୍ଟରେ ଜଣେ ଗ୍ରାହକ ନିବେଶ କରୁଥିବା ଅର୍ଥ ତାହା ‘ଗୋଲ୍ଡ଼ ଫଣ୍ଡ’ରେ ନିବେଶ କରିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଜଣେ ବ୍ୟକ୍ତି କେବଳ ଆମାଜନ ପେ’ରେ ସୁନା କିଣି ପାରିବ ନାହିଁ, ବିକ୍ରି କରିବାର ସୁଯୋଗ ମଧ୍ୟ ପାରିବ ।  ଏହି ଡ଼ିଜିଟାଲ ଗୋଲ୍ଡ଼ ବ୍ୟବସାୟ ନିମନ୍ତେ ଆମାଜନ ‘ସେଫ୍ ଗୋଲ୍ଡ଼’ ନାମକ ସଂସ୍ଥା ସହ ବୁଝାମଣା କରିଛି ।

ଜଣେ ବ୍ୟକ୍ତି ଆମାଜନ ପେ’ରୁ ୨ ଗ୍ରାମ ପର୍ଯ୍ୟନ୍ତ ସୁନା ବିନା କେୱାସିରେ କିଣିପାରିବ । ଏହାଠାରୁ ଅଧିକ ଗ୍ରାମର ସୁନା କିଣିବାକୁ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଜ କେୱାଇସି ଦେବାକୁ ପଡ଼ିବ । ସୁନାର ସୁରକ୍ଷା ଓ ସୁଦ୍ଧାତା ନିମନ୍ତେ କମ୍ପାନୀ ଗ୍ୟାରେଣ୍ଟି ମଧ୍ୟ ଦେବ । ଏହା ସହ ସୁନା କିଣି ଲକରରେ ରଖିବାର ଆବଶ୍ୟକତା ମଧ୍ୟ ପଡ଼ିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

କେମିତି କିଣିବେ ସୁନା

ଜଣେ ଗ୍ରାହକଙ୍କୁ ସୁନା କିଣିବାକୁ ହେଲେ ପ୍ରଥମେ ଆମାଜନ ପେ ଆପ୍ ଡ଼ାଉନଲୋଡ଼ କରିବାକୁ ପଡ଼ିବ ଏବଂ ଏହାପରେ ‘ଗୋଲ୍ଡ଼ ଭୋଲ୍ଟ’ରେ କ୍ଲିକ୍ କରିବାକୁ ହେବ । ଏହାପରେ ସୁନା କ୍ରୟ ବା ବିକ୍ରୟ ବିକଳ୍ପ ବାଛିବାକୁ ହେବ । ଏହାପରେ କ୍ରୟ କରିବାକୁ ହେଲେ କେତେ ମୂଲ୍ୟର ସୁନା କିଣିବେ ତାହା ଉଲ୍ଲେଖ କରିବାକୁ ହେବ । ଏଥିପାଇଁ ଆମାଜନ ପେ, ନିଜର କ୍ରେଡ଼ିଟ୍ ବା ଡ଼େବିଟ୍ କାର୍ଡ଼, ନେଟବ୍ୟାଙ୍କିଂ ଓ ୟୁପିଆଇ ଜରିଆରେ ଅର୍ଥ ପଇଠ କରାଯାଇ ପାରିବ ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories