BJD Bijuli 480×75 Mob

ଦିଲୀପ କୁମାରଙ୍କ ଭାଇ ଅସଲମ ଖାନଙ୍କ ଦେହାନ୍ତ, କରୋନାରେ ହୋଇଥିଲେ ସଂକ୍ରମିତ

BJD Bijuli 480×75 Mob

ମୁମ୍ବଇ : ପ୍ରଖ୍ୟାତ ଅଭିନେତା ଦିଲୀପ କୁମାରଙ୍କ ଭାଇ ଅସଲମ ଖାନଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ। ଅସଲମ ଖାନଙ୍କୁ ମୁମ୍ବଇର ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ଅତ୍ୟନ୍ତ ଚକିତ ହୋଇଯାଇଛନ୍ତି।
ଅସଲମ ଖାନ ଦିଲୀପ କୁମାରଙ୍କ ସାନ ଭାଇ ଥିଲେ। ସେ ଆଜି ସକାଳେ ମୁମ୍ବଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡାକ୍ତରଖାନା ଦ୍ବାରା ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ, ତାଙ୍କର ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦ୍ ରୋଗ ରହିଥିଲା। ତାଙ୍କର କୋଭିଡ୍-୧୯ ଟେଷ୍ଟ ମଧ୍ୟ ପଜିଟିଭ ଆସିଥିଲା।
ଦିଲୀପ କୁମାରଙ୍କ ଦୁଇ ଭାଇ ଏହସାନ ଖାନ ଏବଂ ଅସଲମ ଖାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଉଭୟଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଥିଲା। ଏହସାନ ଖାନଙ୍କୁ ଏବେ ମଧ୍ୟ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।

Comments are closed.